କୃଷ୍ଣଚନ୍ଦ୍ର ଗଜପତି ଜଣେ ରାଜା ନ ଥିଲେ, ଥିଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ...

Nov 29, 2025 - 11:53
 3
କୃଷ୍ଣଚନ୍ଦ୍ର ଗଜପତି ଜଣେ ରାଜା ନ ଥିଲେ, ଥିଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ...

ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଗଠନ ଇତିହାସରେ ଯେଉଁ ମହାନ ପୁରୁଷମାନଙ୍କର ତ୍ୟାଗ ଓ ସଂଗ୍ରାମ ରହିଛି, ସେମାନଙ୍କ ମଧ୍ୟରେ ପାରଳା ମହାରାଜା ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଅଗ୍ରଗଣ୍ୟ।

​ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ସେ ଗୋଲ୍ ଟେବୁଲ୍ ବୈଠକରେ ନିଜର ଦାବି ଦୃଢ଼ତାର ସହ ଉପସ୍ଥାପନ କରିଥିଲେ। 

ସେ କେବଳ ଜଣେ ରାଜା ନଥିଲେ, ସେ ଥିଲେ ଉତ୍କଳ ସମ୍ମିଳନୀର ଜଣେ ପ୍ରମୁଖ କର୍ଣ୍ଣଧାର ଏବଂ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ। 

ତାଙ୍କ ନାମ ବିଧାନସଭା ରେ ମହାମହିମଙ୍କ ଭାଷଣ ରେ ଶୁଣିବାକୁ ପାଇଲୁ ନାହିଁ;

ପାରଳା ମହାରାଜା ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଭଳି ବ୍ୟକ୍ତିତ୍ୱ, ତାଙ୍କ ନାମ ଉଲ୍ଲେଖ ନହେବା ନିଶ୍ଚିତ ଭାବରେ ଦୁର୍ଭାଗ୍ୟଜନକ।

​ତାଙ୍କର ଅବଦାନ ଓ ତ୍ୟାଗକୁ ଭୁଲିଯିବା ସମ୍ଭବ ନୁହେଁ। ବେଳେ ବେଳେ ଏହିପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉଲ୍ଲେଖ ହେବାରୁ ବାଦ୍ ପଡ଼ିଯାଏ। ତେବେ ତାଙ୍କର ଐତିହାସିକ ଭୂମିକା ସବୁବେଳେ ଅକ୍ଷୁଣ୍ଣ ରହିବ।