ଶେଖ ହସିନା ପାଇବେ ୨୧ ବର୍ଷ କାରାଦଣ୍ଡ...

Nov 29, 2025 - 11:51
 8
ଶେଖ ହସିନା ପାଇବେ ୨୧ ବର୍ଷ କାରାଦଣ୍ଡ...

ଢାକା : ବାଂଲାଦେଶର ଏକ ଅଦାଲତ ୩ଟି ଦୁର୍ନୀତି

ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ଖବର ଅନୁସାରେ ପୂର୍ବଚୋଲରେ ରାଜୁକ-ନ୍ୟୁ-ଟାଉନ୍ ପ୍ରକଳ୍ପରେ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଏହି ତିନୋଟି ମାମଲା ହସିନାଙ୍କ ବିରୋଦ୍ଧରେ ରୁଜୁ ହୋଇଥିଲା । ହସିନାଙ୍କ ଅନୁପସ୍ଥିତିରେ ବିଚାରପତି ଏହି ରାୟ ଶୁଣାଇଛନ୍ତି କାରଣ ପଳାୟନ ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।

ତାଙ୍କ ଅନୁପସ୍ଥିତିରେ ତାଙ୍କ ବିରୁଦ୍ଧରେ ବିଚାର କରାଯାଇଥିଲା । ପ୍ରତ୍ୟେକ ମାମଲାରେ ହସିନାଙ୍କୁ ସାତ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା, ୩ ଟି ଘଟଣାରେ ମୋଟ ୨୧ ବର୍ଷ କାରାଦଣ୍ଡ ଶୁଣାଇଛି ଅଦାଲତ । ଅଦଲ ତାର ବିଚାର ଅନୁସାରେ ବିବାଦୀୟ ଜମି କୌଣସି ଆବେଦନ ବିନା ଏବଂ ଆଇନଗତ ଭାବରେ ଅଧୂକୃତ କ୍ଷେତ୍ରାଧୂକାର ନିୟମ ଉଲଂଘନ କରି ଶେଖ ହାସିନାଙ୍କୁ ଦିଆ ଯାଇଥିଲା । ପୂର୍ବରୁ ତାଙ୍କୁ ନରସଂହାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ଅନ୍ୟ ଅଦାଲତ ।