କେନାଲ ଭିତରକୁ ଖସି ପଡିଲା ଟ୍ରକ : ଡ୍ରାଇଭର ମୃତ

ମୟୁରଭଞ୍ଜ ଜିଲା ଝାରପୋଖରିଆ ଥାନ ଅଧୀନ ପୁନାସିଆ ସୁବର୍ଣ୍ଣରେଖା କେନାଲ ଭିତରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଲା ଟ୍ରକ। ତେବେ ଟ୍ରକଟି ୩୦ ଫୁଟ ତଳକୁ ଖସି ପଡ଼ିଥିବାରୁ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିଲେ। ତେଣୁ ତାଙ୍କୁ ସଂଗେ ସଂଗେ ୧୦୮ ଯୋଗେ ପ୍ରଥମେ ଶୀର୍ଷା ମେଡ଼ିକାଲକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି।

କେନାଲ ଭିତରକୁ ଖସି ପଡିଲା ଟ୍ରକ : ଡ୍ରାଇଭର ମୃତ