ପାରିବାରିକ କଳହର କରୁଣ ପରିଣତି ; ମା କୁ ହତ୍ୟା କଲା ନୃସଂଶ ପୁଅ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ ମା'କୁ ପୋଡି ହତ୍ୟାକଲା ପୁଅ। ଯେଉଁ ମା’ ଛୋଟରୁ ବଡ଼ କରିଥିଲା ସେହି ମା’କୁ ହତ୍ୟା କରିଛି ନୃଂଶସ ପୁଅ। ମୃତ ମହିଳା ଜଣଙ୍କ ମାନ ବେହେରା ବୋଲି ଜଣାପଡିଛି। ତେବେ ସାମାନ୍ୟ ପାରିବାରିକ କଳହ ପାଇଁ ମା'କୁ ବାଡ଼େଇ ବାଡ଼େଇ ହତ୍ୟା କରିବା ପରେ ମୃତଦେହକୁ ପୋଡିଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ। ତେବେ ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣା ବାବଦରେ ଅଧିକ ପଚରାଉଚରା କରୁଛି। ଏପରକି ଅଭିଯୁକ୍ତ ନିଜ ମା'କୁ ହତ୍ୟା କରି ପୋଡ଼ି ଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛି।

Mar 14, 2024 - 16:53
 3
ପାରିବାରିକ କଳହର କରୁଣ ପରିଣତି ; ମା କୁ ହତ୍ୟା କଲା ନୃସଂଶ ପୁଅ