କେନାଲରେ ବୁଡି ୨ ଯୁବକଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲାର କୋଏଲ ନଦୀରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗଙ୍କ ସହ ମଜାମସ୍ତି ତଥା ପିକ୍‌ନିକ୍‌ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ଦୁଇ ଯୁବକ । ମୃତକଦ୍ୱୟ ହେଲେ ଅନିବେତ ବରଦା ଓ ମୁକେଶ ମହତୋ । ଗତକାଲି ବନ୍ଧମୁଣ୍ଡା ଅଞ୍ଚଳର ୮ ଛାତ୍ର ପିକନିକ୍‌ କରିବାକୁ କୋଏଲ ନଦୀ କୂଳକୁ ଯାଇଥିଲେ। ସେମାନେ ସମସ୍ତେ ବନ୍ଧମୁଣ୍ଡା ଅଞ୍ଚଳର ଏକ ଆଇଟିଆଇ କଲେଜ ଛାତ୍ର। ଘରୁ ସମସ୍ତେ କଲେଜ ଯିବାକୁ ବାହାରିଥିଲେ। ମାତ୍ର କଲେଜ ନ ଯାଇ କୋଏଲ ନଦୀ କୂଳକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଖିଆପିଆ କରିବା ପରେ ସମସ୍ତେ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ପାଣି ଶୁଖିଯାଇଥିବା ବେଳେ ଚୋରା ବାଲି ହେଲା କାଳ। ଦୁଇ ସାଙ୍ଗ ପାଣିରେ ବୁଡ଼ି ଯାଇଥିବା ବେଳେ ଅନ୍ୟମାନେ ସେମାନଙ୍କ ପତ୍ତା ପାଇ ପାରି ନ ଥିଲେ। ଏହାପରେ ପିଲାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗ ଓ ପୁଲିସ୍‌କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଗତ କାଲି ପହଞ୍ଚି ସଙ୍ଗେସଙ୍ଗେ ଖୋଜାଖୋଜି କରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଆଜି ପୁଣି ଥରେ ଖୋଜାଖୋଜି ଆରମ୍ଭ ହୋଇ ଆଉ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ପୁଲିସ୍‌ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ଉଭୟ ଛାତ୍ରଙ୍କ ପରିବାର ପହଞ୍ଚିଥିବା ବେଳେ ସେମାନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। କୋଏଲ ନଦୀର ଉକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପାଣିରେ ବୁଡ଼ି ଗତ କିଛି ବର୍ଷ ମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଗଲାଣି। ତେଣୁ ପାଣି ଭିତରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତଥା ପୁଲିସ୍‌ ପକ୍ଷରୁ ସଚେତନତା କରାଯାଉଥିଲେ ବି କୌଣସି ଫରକ ପଡ଼ୁଥିବା ପରି ଅନୁଭବ ହେଉନାହିଁ। ଏ ଦିଗରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Mar 19, 2024 - 15:30
 6
କେନାଲରେ ବୁଡି ୨ ଯୁବକଙ୍କ ମୃତ୍ୟୁ