କୋର୍ଟରେ ଭର୍ଚ୍ଚୁଆଲ ହାଜର ହେଲେ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଆଜି କୋର୍ଟରେ ହାଜର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ରିପୋର୍ଟ ଅନୁସାରେ ଶନିବାର ଭର୍ଚ୍ଚୁଆଲ ଟେକ୍ନୋଲୋଜି ସହାୟତାରେ କେଜରିୱାଲ୍‌, ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଉପସ୍ଥିତ ହୋଇଥିଲେ । ପ୍ରକାଶ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ଥର ସମନ କରାଯିବା ସତ୍ତ୍ୱେ କେଜରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ କିମ୍ବା ଜେରା ପ୍ରକ୍ରିୟାରେ ସହଯୋଗ କରିନଥିଲେ । ଏହାକୁ ନେଇ ଇଡି ପକ୍ଷରୁ ରାଉଜ୍ ଆଭେନ୍ୟୁ କୋର୍ଟରେ ପିଟିସନ୍ ଦାୟର କରାଯାଇଥିଲା, ଯାହା ଉପରେ ଶୁଣାଣି କରି କୋର୍ଟ ଆଜି ତାରିଖରେ କୋର୍ଟରେ ହେବାକୁ ଥିବା ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ରାୟକୁ ଅବମାନନା କରିନପାରି କେଜରିୱାଲ ଆଜି କୋର୍ଟରେ ଭର୍ଚ୍ଚୁଆଲ୍ ହାଜର ହୋଇଥିଲେ । ତେବେ ଏହି ସମୟରେ କୋର୍ଟ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ କେଜରିୱାଲ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଥିବାରୁ ସେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇପାରିାହାନ୍ତି । ତେବେ କୋର୍ଟ ଏବେ ତାଙ୍କୁ ଯେଉଁ ତାରିଖ ଦେବେ ସେହି ତାରିଖରେ ସେ ହାଜର ହେବେ ବୋଲି କେଜରିୱାଲ୍ କୋର୍ଟର ବିଚାରପତିଙ୍କୁ କହିଥିଲେ । କୋର୍ଟ ମଧ୍ୟ ତାଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ମାର୍ଚ୍ଚ ମାର୍ଚ୍ଚ ୧୬ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବା ଅବସରରେ କୋର୍ଟ ରୁମ୍‌ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Feb 18, 2024 - 19:07
 3
କୋର୍ଟରେ ଭର୍ଚ୍ଚୁଆଲ ହାଜର ହେଲେ କେଜରିୱାଲ