ବାଣ କାରଖାନାରେ ବିସ୍ଫୋରଣ, ୧୦ ମୃତ
ଚେନ୍ନାଇ: ଶନିବାର ତାମିଲନାଡୁର ବିରୁଧନଗର ଜିଲ୍ଲା ଅନ୍ତର୍ଗତ ଭେମ୍ବାକୋଟାଇ ଅଞ୍ଚଳରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ହୋଇ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ସେହିପରି ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ୭ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବିସ୍ଫୋରଣ ସମୟରେ କାରଖାନାରେ ୨୫ରୁ ଅଧିକ ଲୋକ ବାଣଭିଡା କାର୍ଯ୍ୟରେ ବ୍ୟସ୍ତ ଥିଲେ । ତେବେ ଦୁର୍ଭାଗ୍ୟବଶତଃ କିପରି ଏଠାରେ ନିଆଁ ଲାଗିଯାଇଥିଲା । କାରଖାନରେ ପ୍ରଚୁୂର ବିସ୍ଫୋରକ ସାମଗ୍ରୀ ଥିବାରୁ ଏହା ଭୟାବହ ବିସ୍ଫୋରଣର ରୂପ ନେଇଥିଲା । ବିସ୍ଫୋରଣର ଶବ୍ଦ ଏତେ ପ୍ରଖର ଥିଲା ଯେ, ଏଠାରେ ଥିବା ୩ଟି କୋଠାଘର ସମ୍ପୂର୍ଣ୍ଣ ଭୁଶୁଡିପଡିଛି । ପୁଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର ଏବଂ ନିଆଁଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଭାରତୀୟ ନାଗରିକ ଥିଲେ ବୋଲି ଜଣାପଡିଛି । ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।