କ୍ରମାଗତ କାର୍ଯ୍ୟକାଳ ସହ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ

Jun 11, 2026 - 12:17
 3
କ୍ରମାଗତ କାର୍ଯ୍ୟକାଳ ସହ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ

କେନ୍ଦ୍ର କ୍ୟାବିନେଟ ଆଜି ଜୁନ୍ ୧୦, ୨୦୨୬କୁ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ଗ୍ରହଣ କରି ଏକ ପ୍ରସ୍ତାବ ଗ୍ରହଣ କରିଛି, ଯେଉଁଥୂରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଯାଇଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଲଗାତର ୪,୩୯୯ ଦିନ ସେବା କରିବାର ରେକର୍ଡ ସ୍ଥାପନ କରି, ସେ ଶ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି, ଯିଏ ୧୯୫୨ ରୁ ୧୯୬୪ ପର୍ଯ୍ୟନ୍ତ ଲଗାତାର ୪,୩୯୮ ଦିନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ପ୍ରସ୍ତାବରେ କୁହାଯାଇଛି ଯେ ଏହି ଅବସର ଭାରତର ଗଣତାନ୍ତ୍ରିକ ଚେତନା, ଜନ ବିଶ୍ବାସ ଏବଂ ଜନ ଅଂଶଗ୍ରହଣର ଶକ୍ତିର ପ୍ରତୀକ ଭାବରେ ଠିଆ ହୋଇଛି, ଯାହା 'ରାଷ୍ଟ୍ର ପ୍ରଥମ' ସଂକଳ୍ପ ଦ୍ବାରା ପରିଚାଳିତ ଜଣେ ନେତାଙ୍କ ପ୍ରତି ଲୋକଙ୍କ ଦ୍ବାରା ପ୍ରଦତ୍ତ ଅଭୂତପୂର୍ବ ସମର୍ଥନକୁ ପ୍ରତିଫଳିତ କରେ।

ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ, ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ଏହି ମାଇଲଖୁଣ୍ଟ ଏପରି ସମୟରେ ଆସିଛି ଯେତେବେଳେ ତାଙ୍କ ନେତୃତ୍ୱରେ ଏନଡିଏ ସରକାର ୧୨ ବର୍ଷ ପୂରଣ କରିଛି। ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସରକାର ମୁଖ୍ୟ ଭାବରେ ପ୍ରଧାନମନ୍ତ୍ରୀ ୨୫ ବର୍ଷର ଲଗାତାର ସେବାର ଐତିହାସିକ ସଫଳତା ହାସଲ କରିଛନ୍ତି। ସମ୍ବେଦନଶୀଳତା, ସଂଯମତା, ଦୃଢ଼ ନିଷ୍ପତ୍ତା ଏବଂ ନିର୍ଣ୍ଣାୟକତା ଦ୍ବାରା ପରିପୂର୍ଣ୍ଣ ନେତୃତ୍ବ ପ୍ରତି ଗର୍ବ ପ୍ରକାଶ କରି ଔପଚାରିକ ପ୍ରସ୍ତାବରେ କୁହାଯାଇଛି ଯେ ଛଅ ଦଶନ୍ଧି ପରେ, ଦେଶ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସରକାରଙ୍କୁ ଜନାଦେଶ ଦେଇଛି।

ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ନିରନ୍ଧର ସମର୍ପଣର ପ୍ରତୀକ ଭାବରେ ରେଖାଙ୍କିତ କରି, ଏହି ପ୍ରସ୍ତାବରେ ସେ ୨୦୧୪ ରେ "ପ୍ରଧାନ ସେବକ" ଭାବରେ କରିଥିବା ଘୋଷଣାକୁ ମନେ ପକାଇ ଦିଆଯାଇଛି ଯାହା 'ସବକା ସାଥ, ସବକା ବିକାଶ' ମନ୍ତ୍ର ପ୍ରତି ପ୍ରତିବଦ୍ଧ ଥିଲା। ଗରିବଙ୍କ କଲ୍ୟାଣକୁ ଶାସନର କେନ୍ଦ୍ରରେ ରଖାଯାଇଛି ବୋଲି ଉଲ୍ଲେଖ କରି, ଏଥିରେ ବ୍ୟାପକ ସ୍ବରରେ ଯୋଗାଇ ଦିଆଯାଇଥ‌ିବା ସୁବିଧାଗୁଡ଼ିକର ବିସ୍ତୃତ ବିବରଣୀ ଦିଆଯାଇଛି, ଯେଉଁଥ୍ରେ ପକ୍କା ଘର, ବିଦ୍ୟୁତ୍, ନିର୍ମଳ ଜଳ ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ୮୦ କୋଟିରୁ ଅଧିକ ନାଗରିକଙ୍କ ପାଇଁ ମାଗଣା ଖାଦ୍ୟ ଶସ୍ୟ ଏବଂ ୬୦ କୋଟିରୁ ଅଧୂକ ଗରିବ ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ଅନୁର୍ଭୁକ୍ତ। ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ଏହି ପ୍ରୟାସଗୁଡ଼ିକ ସାମୂହିକ ଭାବରେ ଜାତୀୟ ଆତ୍ମବିଶ୍ବାସକୁ ବୃଦ୍ଧି କରିଛି ଏବଂ ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟକୁ ପରାସ୍ତ କରିବାରେ ସକ୍ଷମ କରିଛି।

ଏହି ପ୍ରସ୍ତାବରେ ପ୍ରମୁଖ ଜନସଂଖ୍ୟାଗତ ଗୋଷ୍ଠୀଗୁଡ଼ିକର ସଶକ୍ତିକରଣ ସହ ଆଗକୁ ବଢ଼ିବା ପାଇଁ ଏକ ରୋଡମ୍ୟାପ୍ ଉପସ୍ଥାପନ କରାଯାଇଛି। ଏହା ଯୁବ ଶକ୍ତି ଉପରେ ଗୁରୁତ୍ବକୁ ସ୍ବୀକାର କରେ ଯାହା ଭାରତକୁ ବିଶ୍ବର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ମିଶନ ଚନ୍ଦ୍ରଯାନ ମାଧ୍ଯମରେ ଏକ ବୈଜ୍ଞାନିକ ଶକ୍ତି ହେବା ଦିଗରେ ଆଗେଇ ଆଣିଛି। 'ମହିଳା ନେତୃତ୍ବାଧୀନ ବିକାଶ'ର ଏକ ନୂତନ ଅଧ୍ୟାୟକୁ ଧୂମମୁକ୍ତି ରୋଷେଇ ଘର ଏବଂ ଲକ୍ଷପତି ଦିଦି ଅଭିଯାନ ଠାରୁ ଆରମ୍ଭ କରି ବିଧାନସଭାରେ ମହିଳାଙ୍କ ପାଇଁ ଐତିହାସିକ ୩୩ ପ୍ରତିଶତ ସଂରକ୍ଷଣ ପର୍ଯ୍ୟନ୍ତ ବ୍ୟାପକ ନୀତି ମାଧ୍ଯମରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଚାଷୀମାନଙ୍କୁ 'ବିକଶିତ ଭାରତ'ର ମୁଖ୍ୟ ସ୍ତମ୍ଭ ଭାବରେ ସ୍ବୀକାର କରି, ଏହି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ୍ବ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ ଭଳି ପଦକ୍ଷେପଗୁଡ଼ିକୁ ପ୍ରଶଂସା କରାଯାଇଛି, ଯାହା କୃଷି ରପ୍ତାନିକୁ ୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାରେ ସାହାଯ୍ୟ କରିଛି।

ଦୀର୍ଘଦିନ ଧରି ପଡ଼ି ରହିଥ‌ିବା ସଂସ୍କାର କାର୍ଯ୍ୟକାରୀ କରିବାରେ ପ୍ରଦର୍ଶିତ ନିର୍ଣ୍ଣାୟକ 'ରାଷ୍ଟ୍ର ପ୍ରଥମ' ମନୋଭାବକୁ ପ୍ରଶଂସା କରି, ପ୍ରସ୍ତାବରେ ଧାରା ୩୭୦ ରଦ୍ଦ, ଜିଏସଟି ଏବଂ ଓ୍ୱାନ୍ ରାଙ୍କ ୱାନ୍ ପେନସନ୍ (ଓଆର୍‌ଓପି) କାର୍ଯ୍ୟକାରୀ, ସିଏଏ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା ଏବଂ ଶ୍ରମ ସଂହିତାର ଏକୀକରଣ ଭଳି ଗୁରୁତ୍ବପୂର୍ଣ୍ଣ ସଫଳତାକୁ ପ୍ରଶଂସା କରାଯାଇଛି। ଏହି ପ୍ରସ୍ତାବରେ ଜାତୀୟ ସୁରକ୍ଷାକୁ ସର୍ବାଧୂକ ପ୍ରାଥମିକତା ପ୍ରଦାନ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି, ଯାହା ସର୍ଜିକାଲ ଏବଂ ସୀମାପାର ବିମାନ ଆକ୍ରମଣ, ' ଅପରେସନ ସିନ୍ଦୂର', ପକ୍ଷପାତପୂର୍ଣ ସିନ୍ଧୁ ଜଳ ଚୁକ୍ତିନାମା ସୁଗିତ ରଖୁବା ଏବଂ ଆତଙ୍କବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦ୍ବାରା ପ୍ରମାଣିତ ହୋଇଛି। ନକ୍ସଲବାଦର ନିରାକରଣ, ଉତ୍ତର-ପୂର୍ବରେ ସ୍ଥାୟୀ ଶାନ୍ତି ଚୁକ୍ତି ସ୍ବାକ୍ଷର ଏବଂ ବାଂଲାଦେଶ ସହିତ ସୀମା ବିବାଦର ସମାଧାନରେ ମଧ୍ୟ ପ୍ରଶଂସନୀୟ ପ୍ରଗତି କଥା ଏଥିରେ ଉଲ୍ଲେଖ କରାଯାଇଛି।