କ୍ରିକେଟ୍‌ ମ୍ୟାଚ୍‌ ବେଳେ ହୃଦ୍‌ଘାତରେ ଟଳି ପଡିଲେ ଯୁବ କ୍ରିକେଟର୍‌

ନୂଆଦିଲ୍ଲୀ : କ୍ରିକେଟ୍‌ ମ୍ୟାଚ୍‌ ବେଳେ ହୃଦ୍‌ଘାତରେ ଟଳି ପଡିଲେ ଯୁବ କ୍ରିକେଟର୍‌। ବେଙ୍ଗାଲୁରୁର ଆର୍‌ଏସ୍‌ଆଇ କ୍ରିକେଟ ଗ୍ରାଉଣ୍ଡରେ ଏଜିସ୍‌ ସାଉଥ ଜୋନ୍‌ ଟୁର୍ଣ୍ଣାମେଣ୍ଟ ବେଳେ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଚାଲିଥିଲା ମ୍ୟାଚ୍‌। ଏହି ମ୍ୟାଚ୍‌ରେ ତାମିଲନାଡୁକୁ ହରାଇଥିଲା କର୍ଣ୍ଣାଟକ। ଏହାପରେ କର୍ଣ୍ଣାଟକର ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ସମୟରେ କର୍ଣ୍ଣାଟରର ୩୪ ବର୍ଷୀୟ କ୍ରିକେଟର କେ. ହୋୟସଲାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ପଡିଆ ଉପରେ ସେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ସିପିଆର୍‌ ଦେଇ ବେଙ୍ଗାଲୁରୁ ଓ୍ୱରିଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଜଗରେ ଶୋକର ଛାୟା ଖେଳି ଯାଇଛି।

କ୍ରିକେଟ୍‌ ମ୍ୟାଚ୍‌ ବେଳେ ହୃଦ୍‌ଘାତରେ ଟଳି ପଡିଲେ ଯୁବ କ୍ରିକେଟର୍‌