କ୍ରିମିନାଲ କୋର୍ଟ ବାର ଆସୋସିଏସନ ର ଶପଥ ପାଠ...
ଭୁବନେଶ୍ବର, କଟକରେ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଏକ ଗମ୍ଭୀର ଓ ଗୌରବମୟ ପରିବେଶରେ ଶପଥ ପାଠ ଅନୁଷ୍ଠାନ ଆୟୋଜିତ ହୋଇଯାଇଛି। ଆଜି ଆସୋସିଏସନ୍ର ୨୦୨୬-୨୭ ମସିହା ପାଇଁ ହୋଇଥିବା ନିର୍ବାଚନରେ ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ।ନିର୍ବାଚନରେ ସଭାପତି ଭାବେ ଶ୍ରୀ କାବୁଲ ଚନ୍ଦ୍ର ରାୟ, ଉପ-ସଭାପତି ଭାବେ ଶ୍ରୀ ତାପସ କୁମାର ନାୟକ, ସମ୍ପାଦକ ଭାବେ ଶ୍ରୀ ଗଦାଧର ସାହୁ, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ଲକ୍ଷ୍ମୀଧର ସାହୁ, କୋଷାଧ୍ୟକ୍ଷ ଭାବେ ଶ୍ରୀ ସମୀରେନ୍ଦ୍ର ମହାନ୍ତି ଏବଂ ପାଠାଗାର ସମ୍ପାଦକ ଭାବେ ଶ୍ରୀମତୀ ସଂଗ୍ରାମ ସନ୍ଧ୍ୟାରାଣୀ ଦାସ ନିର୍ବାଚିତ ହୋଇଥିଲେ। ଏହା ସହିତ ସାତ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ମଧ୍ୟ ଶପଥ ପାଠ କରାଯାଇଥିଲା।ଆଜିର ଏହି ଶପଥ ଗ୍ରହଣ ଉତ୍ସବକୁ ସଭାପତି ତଥା ନିର୍ବାଚନ ଅଧୂକାରୀ ଆଡଭୋକେଟ ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ବାଳ ପରିଚାଳନା କରିଥିଲେ।ଉକ୍ତି ଅବସରରେ ମୁଖ୍ୟ ଅତିଥ୍ ଭାବେ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ପିତାମ୍ବର ଆଚାର୍ଯ୍ୟ ଯୋଗଦେଇ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ। ସମ୍ମାନିତ ଅତିଥ୍ ଭାବେ ଓଡ଼ିଶା ଷ୍ଟେଟ ବାର କାଉନସିଲର ଅଧ୍ଯକ୍ଷ ଶ୍ରୀ ସୀତାଂସୁ ମୋହନ ଦ୍ବିବେଦୀ ଉପସ୍ଥିତ ରହିଥିଲେ।ଏହା ସହିତ ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ଓ ସିନିୟର ଆଡଭୋକେଟ ଶ୍ରୀ ସୌରଭ ଚନ୍ଦ୍ର ମହାପାତ୍ର ଏବଂ ଆଡଭୋକେଟ ଶ୍ରୀ ଅକ୍ଷୟ କୁମାର ପତି ମଧ୍ଯ ଉପସ୍ଥିତ ରହି ଶପଥ ପାଠ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଅନୁଷ୍ଠାନରେ ନିର୍ବାଚନ ପରିଚାଳନାରେ ସକ୍ରିୟ ଭୂମିକା ନେଇଥିବା ଆଇନଜୀବୀମାନେ ଯଥା ଶ୍ରୀ ପ୍ରକାଶ କୁମାର ପ୍ରତାପ, ଶ୍ରୀ ନରେନ୍ଦ୍ର କୁମାର ସାହୁ, ଶ୍ରୀମତୀ ମନୋରମା ମହାନ୍ତି ଓ ଶ୍ରୀ ସଂଜିତ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ନିର୍ବାଚନକୁ ସୂଚାରୁ ଭାବେ ପରିଚାଳନା କରିଥିବା ପାଇଁ ଉପଚେଷ୍ଟା କମିଟିର ସଦସ୍ୟ ଆଇନଜୀବୀ ଶ୍ରୀ ପରୀକ୍ଷିତ ପଣ୍ଡା, ଶ୍ରୀ କୈଳାସ ଚନ୍ଦ୍ର ବିଶ୍ବାଳ ଓ ଶ୍ରୀ ଜଗବନ୍ଧୁ ରାଉତଙ୍କୁ ଓଡ଼ିଶା ଷ୍ଟେଟ ବାର କାଉନସିଲର ଅଧ୍ଯକ୍ଷ ଶ୍ରୀ ଦ୍ବିବେଦୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା।