କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାକୁ ସରକାରଙ୍କ ଆଡକୁ ନେଇ ମୁଖ୍ୟମନ୍ତ୍ରୀ ସରକାରୀ ସହାୟତା ଦେଲେ ୪ ଲକ୍ଷ ଟଙ୍କା...
ଶିଶୁ ମୃତ୍ୟୁୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ମଧ୍ୟ ଜଣାଇ ୪ ଲକ୍ଷ ଟଙ୍କାର ସହାୟତା ଯୋଗାଇଛନ୍ତି |
ସୂଚନା ମୁତାବକ ସାଲିଆ ସାହିର ଜଣେ ଶିଶୁ ଥଣ୍ଡା ଜ୍ବରରେ ପୀଡିତ ହେବାରୁ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଶିଶୁ ଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଶିଶୁଟିର ମୃତ୍ୟୁ ହେବା ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲିଯାଇଥିଲେ।
ପରେ ଯେଉଁ ଡାକ୍ତର ଆସିଥିଲେ ଭୁଲ ମେଡିସିନ୍ ରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି।