ଖାଦ୍ୟ ସୁରକ୍ଷା ହିତାଧିକାରୀମାନେ ଏଣିକି ପାଇବେ 'ଗହମ .

ଖାଦ୍ୟ ସୁରକ୍ଷା ହିତାଧିକାରୀମାନେ ଏଣିକି ପାଇବେ 'ଗହମ .

ରାଜ୍ୟରେ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ଚଳିତ ମାସରେ ଗହମ ମିଳିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମନ୍ତ୍ରୀ  ଶ୍ରୀ ପାତ୍ର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ପଠାଇଥିବା ଗହମ ବଣ୍ଟନ  କରାଯିବ । ବର୍ତ୍ତମାନ ଯେତିକି ଗହମ ମହଜୁଦ ଅଛି, ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଯୋଗଣ ଅଧିକାରୀଙ୍କୁ କୁହାଯାଇଛି । ଦୀର୍ଘଦିନ ଧରି ଗହମ ମହଜୁଦ  ଥିବାରୁ ଏହାକୁ ନଷ୍ଟ ନ କରି ବଣ୍ଟନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରରୁ ଗହମ ଆସିଲେ, ତାହା ବଣ୍ଟନ କରାଯିବ  ବୋଲି ଜଣାପଡ଼ିଛି ।*

ହିତାଧିକାରୀଙ୍କୁ ଗହମ ବଣ୍ଟନ ପାଇଁ ଗତବର୍ଷ ବିଭିନ୍ନ  ଜିଲ୍ଲାକୁ ଗହମ ପଠାଯାଇଥିଲା । ମାତ୍ର ପରିବହନ ସଂସ୍ଥା ଚୂଡ଼ାନ୍ତରେ ବିଳମ୍ବ ଯୋଗୁ  ଏ ଗହମ ବଣ୍ଟାଯାଇ ପାରି ନ ଥିଲା । ଦୀର୍ଘ ମାସ ହେବ ବିଭିନ୍ନ ଜିଲ୍ଲାରେ ଗହମ ଗଚ୍ଛିତ  ଥିବାବେଳେ ଏହା ନଷ୍ଟ ହେବା ଆଶଙ୍କା ରହିଛି । ତେଣୁ ଗହମ ନଷ୍ଟ ହେବା ପୂର୍ବରୁ  ତାହା ବାଣ୍ଟି ଦେବା କୁ ସରକାର ଙ୍କ ଯୋଗାଣ ବିଭାଗ ତରଫରୁ ନିଷ୍ପତ୍ତି ନିଆ ଯାଇ ଛି ।*