ପତ୍ନୀ ଅସୁସ୍ଥ ଥିଲେ ଚାକିରି ପାଇବ ପୁଅ, .

ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ରାୟ : ପତ୍ନୀ ଅସୁସ୍ଥ ଥିଲେ ଚାକିରି ପାଇବ ପୁଅ, ୩ ମାସ ମଧ୍ୟରେ ନିଷ୍ପତ୍ତି ନିଅ
୧୨ ବର୍ଷ ଧରି ଚାଲିଥିବା ଏକ ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ପତ୍ନୀ ଅସୁସ୍ଥ ଥିଲେ ଚାକିରି ପାଇବ ପୁଅ। ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ। ଚାକିରି ପାଇଁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଦୌଡ଼ୁଥିବା ଜଣେ ଯୁବକଙ୍କ ଆବେଦନ ସଂପର୍କରେ ସାନି ବିଚାର କରି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି।
ଉକ୍ତ ନିଷ୍ପତ୍ତି ନେବାର ୧୦ଦିନ ମଧ୍ୟରେ ତାହାକୁ ଆବେଦନକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗିର ଜିଲ୍ଲାର ସଚ୍ଚିନ ତାଣ୍ଡିଙ୍କ ପକ୍ଷରୁ ଆବେଦନକୁ ବିଚାରକୁ ନେଇ ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।