ଖୁଵ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ୟୁସିସି !

Sep 15, 2026 - 15:46
 6
ଖୁଵ ଶୀଘ୍ର ରାଜ୍ୟରେ ଲାଗୁ  ହେବାକୁ ଯାଉଛି ୟୁସିସି !

ବିବାହରୁ ବିଚ୍ଛେଦ, ପୋଷ୍ୟରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ବଦଳିବ ନିୟମ |

ଓଡ଼ିଶାରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । 

୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଓଡ଼ିଶାରେ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ବଢ଼ିଛି । 

ରାଜ୍ୟ ଆଇନ ବିଭାଗ ଏଥିପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ ।

ପ୍ରଥମେ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇ ୟୁସିସିର ରୂପରେଖ ପ୍ରସ୍ତୁତ କରିବେ ।

ଏଥିରେ ଅବସରପ୍ରାପ୍ତ ବିଚାରପତି, ପ୍ରାଶାସନିକ ଅଧିକାରୀ, ସମାଜସେବୀ ଓ ଆଇନ ବିଭାଗର ଅଧିକାରୀ ସାମିଲ ହେବେ । 

ୟୁସିସି ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଓ ଲିଭ୍‌-ଇନ୍‌ ସମ୍ପର୍କ ପାଇଁ ଧର୍ମ ନିର୍ବିଶେଷରେ ସମାନ ଆଇନ ଲାଗୁ ହେବାର ଆଶା ରହିଛି । 

ତେବେ ଓଡ଼ିଶାର ୨୨.୮୫% ଜନଜାତି ଜନସଂଖ୍ୟା ଓ ସେମାନଙ୍କର ବିଭିନ୍ନ ପାରମ୍ପରିକ ଆଇନକୁ ନେଇ ଚ୍ୟାଲେଞ୍ଜ ରହିପାରେ ।