ଗାଡି ଚାଳକଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ, ଘରକୁ ଯିବ ଇଚାଲାଣ...
ଏଣିକି ବିନା ପ୍ରଦୂଷଣ ପ୍ରମାଣପତ୍ର ଓ ବୀମାରେ ଗାଡ଼ି ଚଳାଇଲେ ଧରିବ ଇ-ଡିଟେକ୍ସନ ବ୍ୟବସ୍ଥା ।
ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଦିଆଯାଇଛି ଏହି ସୂଚନା।
ସର୍ବସାଧାରଣ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ବୀମା ବାଧ୍ୟତାମୂଳକ କରାଯାଇଛି।
ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଚିହ୍ନଟ ହେବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ବୀମା ନଥିବା ଗାଡ଼ି, ପରେ ଘରେ ପହଞ୍ଚିବ ଇ-ଚାଲାଣ।
ଏହି ବ୍ୟବସ୍ଥା ସେପ୍ଟେମ୍ବର ୧ ରୁ କାର୍ଯ୍ୟକାରୀ ହୋଇଛି।