ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି ୨ଟି ଘୂର୍ଣ୍ଣିବଳୟ ଆଗପଛ ହୋଇ ଆସୁଛି .

ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି ୨ଟି ଘୂର୍ଣ୍ଣିବଳୟ ଆଗପଛ ହୋଇ ଆସୁଛି .

 ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି ୨ଟି ଘୂର୍ଣ୍ଣିବଳୟ ଆଗପଛ ହୋଇ ଆସୁଛି। ବର୍ଷା ଢାଳିବ ନିର୍ଧୁମ୍।
 ବର୍ତ୍ତମାନ ଉତ୍ତର ଓଡ଼ିଶା ଏବଂ ପାଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ  ଅଛି।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।  ବିଭିନ୍ନ ମଡେଲ୍ କୁ ଆକଳନ କରି ଆଗାମୀ ୨ ସପ୍ତାହ ପାଇଁ ଆଇଏମଡି଼ ପୂର୍ବାନୁମାନ ଜାରି କରିଛି।
 ଏହି ପୂର୍ବାନୁମାନ କହୁଛି, ଆସନ୍ତା ୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର , ପାଶ୍ବବର୍ତ୍ତୀ ଉପକୂଳ  ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୩-୪ ଦିନ ଭିତରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ତ ଓ ପୂର୍ବ ମଧ୍ୟ ପ୍ରଦେଶ ଆଡକୁ ଗତି କରିବା ସମ୍ଭାବନା ରହିଛି।
ସେହିପରି ଜୁଲାଇ ୧୧ ରୁ ୧୭ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ ଉତ୍ତର ବଙ୍ଗୋପସାଗର ଓ ପାଶ୍ବବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ-ଓଡ଼ିଶା ଏବଂ ବାଲାଂଦେଶ ଉପରେ। ଏବେ ଗୋଟିଏ ଘୂର୍ଣ୍ଣିବଳୟ ଥିବା ବେଳେ ଆଗକୁ ଆଗପଛ ହୋଇ ୨ ଟି ଘୂର୍ଣ୍ଣିବଳୟ  ଓଡି଼ଶା ମୁହାଁ ହେବ।  ଏଥିରୁ ସ୍ପଷ୍ଟ ଓଡ଼ିଶା ଉପରେ ବର୍ତ୍ତମାନ ଶୁଖିଲା ପାଗ କମ୍ ରହିବ।
 ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା, ଝାରସୁଗୁଡା, ବରଗଡ, ସୋନପୁର,ସମ୍ବଲପୁର, ଦେବଗଡ,ବଲାଙ୍ଗୀର, ନୂଆପଡା।
ଶନିବାର ଦିନ, ଆଭ୍ୟନ୍ତରିଣ ଓଡି଼ଶା ଓ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।  ସୁନ୍ଦରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବ।
ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ୭ ତାରିଖରୁ ସାମାନ୍ୟ ବର୍ଷାର ପ୍ରକୋପ କମିବ।