ଗ୍ରୀନ ଇଣ୍ଡିଆ ମାଲିକ ଘରେ ED ର ଚଢ଼ାଉ...
ଭୁବନେଶ୍ବର: ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲାରେ
ଇଡିର ଚଢ଼ଉ । ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ । ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏସ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦ ଲକ୍ଷ ଟଙ୍କା ମିଳିଥିଲା । ଏହା ସହିତ ଗୋଟିଏ ଅସ୍ଥାବର ସମ୍ପତ୍ତର ଡକ୍ୟୁମେଣ୍ଟ, ଦଲିଲ୍, ମର୍ସିଡିଜ୍ କାର, ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ଓ ଡିଜିଟାଲ୍ ଡିଭାଇସ ମଧ୍ଯ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଅଧୂକ ରିଟର୍ସ୍ ଓ ଗ୍ରୀନ୍ ଇଣ୍ଡିଆ ପାରାଡାଇଜ ପ୍ରୋଜେକ୍ଟରେ ଫ୍ଲାଟ ଯୋଗାଇବା ଆଳରେ କମ୍ପାନୀ ଶତାଧୂକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲା । କିନ୍ତୁ କମ୍ପାନୀ ପକ୍ଷରୁ ଟଙ୍କା ଦିଆଯାଇ ନଥ୍ଲା କି ଫ୍ଲାଟ୍ ମଧ୍ୟ ମିଳିନଥ୍ଲା । ନିବେଶକମାନେ ଟଙ୍କା ଫେରସ୍ତ ମାଗିବାରୁ କମ୍ପାନୀର ଏମଡି ଟଙ୍କା ଫେରାଇବାକୁ ମନା କରିବା ସହ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା । କମ୍ପାନୀ ୬୯ କୋଟି ଟଙ୍କା ଠକି ନେଇଥିବା ନିବେଶକମାନେ ଅଭିଯୋଗ କରିବା ପରେ ୨୦୧୪ ମସିହା ଜୁନ ମାସରେ କୋଲକତା ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ଠକେଇ ଟଙ୍କାକୁ ବିଭିନ୍ନ ଅସ୍ଥାବର ସମ୍ପତ୍ତା ଓ ଅନ୍ୟାନ୍ୟ ସମ୍ପତ୍ତାରେ ବିନିଯୋଗ କରିଥିବା ତଦନ୍ତ ବେଳେ ଜଣାପଡ଼ିଥିଲା ।