ଚମତ୍କାର ତୁମରି ପରିକଳ୍ପନା କି ଅଦ୍ଭୁତ ତୁମ ଏ ସୃଷ୍ଟି...!
ସୁଖ ଓ ଶାନ୍ତିର ଜୁଆର ସହିତ
ବରଷାଅ ପୁଣି ସ୍ନେହର ବୃଷ୍ଟି...!!
ତୁମ ଉପସ୍ଥିତି ହୃଦୟରେ ପ୍ରଭୁ
ଅନୁଭବ ଯିଏ କରିଛି...!!!
ମାୟା ମୋହ ତାକୁ ଛୁଇଁ ପାରିନାହିଁ ଦୁନିଆ ସେ ଜିତି ଯାଇଛି......
ଶେଷରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଛି, ଯାହାକୁ ଆମେ ସମସ୍ତେ ଅତ୍ୟନ୍ତ ଧୈର୍ଯ୍ୟ ଏବଂ ଆଗ୍ରହର ସହିତ ଅପେକ୍ଷା କରିଥିଲେ– ଅବ୍ୟକ୍ତ ବାବାଙ୍କ ସହିତ ମିଳନର ଏହି ପବିତ୍ର ମୁହୂର୍ତ୍ତ! ଆତ୍ମାରୂପୀ ସଜନୀଙ୍କର ପରମାତ୍ମା ଶିବ ସାଜନଙ୍କ ସହିତ ମିଳନର ଏହି ଅମୂଲ୍ୟ ସମୟ…!
ଆସନ୍ତୁ, ଆଜିର ଏହି ଅମୂର୍ତ୍ତ ସମୟର ପ୍ରତିଟି କ୍ଷଣ, ପ୍ରତିଟି ସେକେଣ୍ଡ ଏବଂ ପ୍ରତିଟି ମୁହୂର୍ତ୍ତକୁ କେବଳ ଏକମାତ୍ର ବାବାଙ୍କ ପ୍ରେମରେ ମଗ୍ନ ହୋଇ ଅତିବାହିତ କରିବା…।
ବାସ୍, ଏହି ଶ୍ରେଷ୍ଠ ଭାବନା ସହିତ ଆମେ ଆଜିର ଏହି ବିଶେଷ ଦିବସକୁ ଆନନ୍ଦରେ ପାଳନ କରିବା ଏବଂ ବାରମ୍ବାର ବାବାଙ୍କୁ ନିଜ ହୃଦୟର କକ୍ଷକୁ ଆହ୍ୱାନ କରିବା...
ଆଉ ଯେମିତି ହିଁ ବାବା ଆସିବେ, ସେ ନିଜର ଜ୍ଞାନ, ଗୁଣ ଓ ଶକ୍ତି ଦ୍ୱାରା ଆମ ସମସ୍ତଙ୍କର ଆତ୍ମିକ ଶୃଙ୍ଗାର କରିବେ...
ଆସନ୍ତୁ, ଆମେ ସମସ୍ତ ବ୍ରାହ୍ମଣ ଆତ୍ମା ଏକମାତ୍ର ସର୍ବଶକ୍ତିମାନ ବାବାଙ୍କ ସହିତ ବୁଦ୍ଧିଯୋଗ ଯୋଡ଼ି, ନିଜର ପୁରୁଷାର୍ଥ ପାଇଁ ଆଜି ବାବାଙ୍କ ମୁଖରୁ ନିଃସୃତ ଅମୃତଧାରା— ଜ୍ଞାନର ମୁରଲୀରୁ କୌଣସି ଗୋଟିଏ ଶ୍ରେଷ୍ଠ ଶିକ୍ଷା ନିଶ୍ଚୟ ଗ୍ରହଣ କରିବା...
ବାବାଙ୍କୁ ଦୃଢ଼ ପ୍ରତିଜ୍ଞା ଦେବା ଯେ, "ବାବା, ଆପଣ ଯେପରି ହେବାକୁ କହିଛନ୍ତି, ଆମେ ସେହିପରି ହୋଇ ନିଶ୍ଚୟ ଦେଖାଇବୁ..."
'ଅବ୍ୟକ୍ତ ବାପଦାଦା ମିଳନ' ଅବସରରେ ଈଶ୍ଵରୀୟ ପରିବାରର ସମସ୍ତ ବ୍ରାହ୍ମଣ ଆତ୍ମାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନନ୍ତ ଶୁଭକାମନା
ଜ୍ଞାନ ସୂର୍ଯ୍ୟ, ପ୍ରାଣପ୍ରିୟ ଶିବବାବା ଆଜି ଆମ ସମସ୍ତଙ୍କୁ ବରଦାନର ବର୍ଷାରେ ଭିଜାଇବାକୁ ମଧୁବନ ଅଭିମୁଖେ ଆସୁଛନ୍ତି...