ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ : ଶିବରାଜ

ଭୁବନେଶ୍ୱର : ବିଜେଡି ସରକାରକୁ ତ୍ରୀବ ସମାଲୋଚନା କଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ନେଇ ସମାଲୋଚନା କଲେ ଶିବରାଜ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସରକାର ଚଳାଉନାହାନ୍ତି, ସ୍ଥିତି ଦେଖିଲେ ଲାଗୁଛି ଆଉଟସୋର୍ସକୁ ଶାସନ ବ୍ୟବସ୍ଥା ଦିଆଯାଇଛି। ଅଧିକାରୀ ସରକାର ଚଲାଉଛନ୍ତି ଆଉ ସେମାନେ ବେଲଗାମ ହୋଇ ରାଜ୍ୟକୁ ଦୁର୍ନୀତିରେ ବୁଡ଼ାଇଛନ୍ତି। ଓଡ଼ିଶାରେ ମହିଳା ଅସୁରକ୍ଷିତ, ମହିଳାଙ୍କ ଉପରେ ଅତ୍ୟାଚାର ସବୁ ସୀମା ଟପିଛି। କେନ୍ଦ୍ରୀୟ ଯୋଜନାକୁ ରି-ବ୍ରାଣ୍ଡିଂ କରି ରାଜ୍ୟ ସରକାର ଲୋକଙ୍କୁ ଦେଉଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି। କେନ୍ଦ୍ରରୁ ମୋଦି ଟଙ୍କା ପଠାଉଛନ୍ତି ଆଉ ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି ବୋଲି ଦୋହରାଇଛନ୍ତି ଶିବରାଜ। ଏପରିକି ଜୀବିତ ବ୍ୟକ୍ତିଙ୍କୁ ମୃତ ସଜାଇ ଦେବାକୁ ପଛାଉ ନାହାନ୍ତି ବୋଲଇ କହିଛନ୍ତି ଶିବରାଜ । ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ସେ କହିଛନ୍ତି,ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ । ଓଡ଼ିଶାରେ ବି ବିଜେପି ବହୁମତ ସହ ସରକାର କରିବ । ଓଡ଼ିଶାରେ ବିଜେପି ପୂରା ତାକତ୍‌ରେ ଲଢ଼ିବ, ସରକାର ଗଢ଼ିବ । ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି ବୋଲି ଅଭିଯୋଗ କରିଛନ୍ତି ଶିବରାଜ ସିଂ ଚୌହାନ ।

Feb 13, 2024 - 18:20
 6
ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ :  ଶିବରାଜ