ଜାତୀୟ ଏକତା ଦିବସ ଅବସରରେ ଜଳ ସମ୍ପଦ ବିଭାଗରେ ଶପଥ ପାଠ...
ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଜଳ ସମ୍ପଦ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଛି।
ଏହି ଅବସରରେ ରାଜୀବ ଭବନଠାରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ଏକତା ଦିବସ ଶପଥ ପାଠ କରାଯାଇଥିଲା।
ଏହି ଶପଥ ମାଧ୍ୟମରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ଦେଶବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ନିମନ୍ତେ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।
ଦେଶର ଏକତା ଓ ଅଖଣ୍ଡତା ପ୍ରତିଷ୍ଠା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଓ ଦୂରଦର୍ଶୀ ନେତୃତ୍ୱକୁ ଏହି ଅବସରରେ ସ୍ମରଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଯୋଗଦେଇ ଜାତୀୟ ଏକତା, ସଂହତି ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ନିଜର ନିଷ୍ଠା ଓ ପ୍ରତିବଦ୍ଧତା ପୁନଃବ୍ୟକ୍ତ କରିଥିଲେ।