ଜାତୀୟ ବୋଲିଂ ପ୍ରତିଯୋଗିତାରରେ ଓଡିଶାର କୃତିତ୍ୱ...
ନୂଆଦିଲ୍ଲୀ ଜୋରେକୋ ଆର୍ କ୍ୟୁବ ମଲ୍ ରେ ଗତ ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ର ଜାତୀୟ ବୋଲିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ୧୭ଟି ରାଜ୍ୟ ର ୧୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡିଶାରୁ ୪ ଜଣ (୨ ପୁରୁଷ ଏବଂ ୨ ମହିଳା) କ୍ରୀଡ଼ାବିତ୍ ଏହି ଜାତୀୟ ବୋଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଦେବାଶିଷ ଏବଂ ସତ୍ୟବ୍ରତ ଦାଶ ପୂରୁଷ ଡବଲସ୍ ଇଭେଣ୍ଟ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସାଗରିକା ଏବଂ ସୁଶ୍ରୀ ସଙ୍ଗୀତା ମହିଳା ଡବଲସ୍ ଇଭେଣ୍ଟ ରେ କାଂସ୍ୟ ପଦକ ଜିତିଥିଲେ ।
ସତ୍ୟବ୍ରତ ପୁରୁଷ ଏକକ ଇଭେଣ୍ଟ ରେ ସ୍ୱର୍ଣ୍ଣ ପଦକ ଏବଂ ସୁଶ୍ରୀ ସଙ୍ଗୀତା ମହିଳା ଏକକ ଇଭେଣ୍ଟ ରେ ସ୍ୱର୍ଣ୍ଣ ପଦକ କରାୟତ କରି ଓଡ଼ିଶା କୁ ଗର୍ବିତ କରିଥିଲେ। ଅଭିଜ୍ଞ ଗୀତା ପଣ୍ଡା ମୂଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିବା ବେଳେ ଲକ୍ଷ୍ମଣ ଗୌଡ଼ ସହ ପ୍ରଶିକ୍ଷକ ଥିଲେ।
ଓଡ଼ିଶା ରେ ଏହି କ୍ରୀଡ଼ା ର ଭିତ୍ତଭୂମିର ଅଭାବ ଥିବା ସତ୍ତ୍ୱେ ଏହି ସଫଳତା ଖେଳାଳି ଓ ପ୍ରଶିକ୍ଷକ ମାନଙ୍କର ସଂଘର୍ଷପୂର୍ଣ୍ଣ ମନୋଭାବ କୁ ସୂଚାଏ।
ସ୍ୱତନ୍ତ୍ର ଅଲିମ୍ପିକ୍ ଓଡ଼ିଶା ର ଅଧ୍ୟକ୍ଷା ସୁନୀତା ମୁଣ୍ଡ୍, କ୍ଷେତ୍ର ନିର୍ଦେଶକ ପ୍ରକାଶ ରଥ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, କ୍ରୀଡ଼ା ନିର୍ଦେଶକ ସସ୍ମିତା ମାହାପାତ୍ର, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ଖୁଣ୍ଟିଆ, ମନସ୍ତତ୍ଵବିତ୍ ମନତୋସ ବେହେରା, କ୍ରୀଡ଼ାବିତ୍ ପ୍ରତିନିଧି ସରିତା ରାଉତରାୟ, ଅଭିଭାବକ ପ୍ରତିନିଧି ଦୀପ୍ତି ରାଉତ ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣ।ଇଛନ୍ତି।