ଜାତୀୟ ବ୍ଲକଚେନ୍ ଫ୍ରେମୱାର୍କ ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟା ମାଧ୍ଯମରେ ଶାସନର ସୁଦୃଢ଼ୀକରଣ
ଜାତୀୟ ବ୍ଲକଚେନ୍ ଫ୍ରେମୱାର୍କ ସେପ୍ଟେମ୍ବର ୨୦୨୪ରେ ୬୪.୭୬ କୋଟି ଟଙ୍କା ବଜେଟ୍ ଦ୍ବାରା ତିଆରି କରାଯାଇଛି।
ଜାତୀୟ ବ୍ଲକଚେନ୍ ଫ୍ରେମୱାର୍କର ମୂଳ ଉପାଦାନଗୁଡ଼ିକ ମଧ୍ୟରେ ବ୍ଲକଚେନ୍ ଷ୍ଟାକ୍, ଏନ୍ ବିଏଫ୍ ଲାଇଟ, ପ୍ରାମାଣିକ ଏବଂ ଜାତୀୟ ବ୍ଲକଚେନ୍ ପୋର୍ଟାଲ୍ ଅନ୍ତର୍ଭୁକ୍ତ।
ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟା ଷ୍ଟାକ୍ ଭୁବନେଶ୍ବର, ପୁଣେ ଏବଂ ହାଇଦ୍ରାବାଦର ଏନ୍ ଆଇସି ଡାଟା ସେଣ୍ଟରଗୁଡ଼ିକରେ ମୁତ୍ତୟନ କରାଯାଇଛି।
୨୧ ଅକ୍ଟୋବର ୨୦୨୫ ସୁଦ୍ଧା ବ୍ଲକଚେନ୍ ପ୍ଲାଟଫର୍ମରେ ୩୪ କୋଟିରୁ ଅଧୂକ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି।
କ୍ରିପ୍ଟୋକରେନ୍ସି ସହିତ ଏହାର ପ୍ରାରମ୍ଭିକ ସମ୍ପର୍କରୁ ଆରମ୍ଭ ହୋଇଥିବା, ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟା ଏକବିଂଶ ଶତାବ୍ଦୀର ସବୁଠାରୁ ପରିବର୍ତ୍ତନକାରୀ ଡିଜିଟାଲ୍ ଉଦ୍ଭାବନ ମଧ୍ୟରୁ ଗୋଟିଏ । କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପରି ପ୍ରଯୁକ୍ତିବିଦ୍ୟା ନୁହେଁ, ବ୍ଲକଚେନ୍ ବିନା କୌଣସି ମଧ୍ଯସ୍ଥିରେ ଯାଞ୍ଚଯୋଗ୍ୟ ବିଶ୍ବାସ ପ୍ରତିଷ୍ଠା କରିବାରେ ସକ୍ଷମ।
ଭାରତର ବର୍ତ୍ତମାନର ଶାସନ ବ୍ୟବସ୍ଥା ପ୍ରାୟତଃ କେନ୍ଦ୍ରିତ ଡାଟାବେସ୍ ଉପରେ ନିର୍ଭର କରେ। ପୁଣି ଏହା ତ୍ରୁଟି, ଠକେଇ ଏବଂ ସ୍ବଚ୍ଛତାର ଅଭାବର ଶିକାର ହୋଇପାରେ। ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟା ଏହାର ଟ୍ୟାମ୍ପର-ପ୍ରତିରୋଧୀ, ବିତରିତ ଲେଜର ସିଷ୍ଟମ ମାଧ୍ୟମରେ ଏହି ଆହ୍ବାନଗୁଡ଼ିକୁ ସମ୍ମୁଖୀନ ହୋଇ ଏହାର ପ୍ରତିରୋଧ କରେ। ଏହି ବ୍ୟବସ୍ଥାରେ ରେକର୍ଡଗୁଡ଼ିକ ସୁରକ୍ଷିତ ଭାବରେ ଏକାଧିକ ନୋଡ୍ ମଧ୍ୟରେ ରଖାଯାଏ। ଏହି ଡିଜାଇନ୍ ଅନଧୂକୃତ ପରିବର୍ତ୍ତନଗୁଡ଼ିକୁ ପ୍ରାୟତଃ ଅସମ୍ଭବ କରିଥାଏ ଏବଂ ତଥ୍ୟ ଅଖଣ୍ଡତା ଏବଂ ବିଶ୍ବାସକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଥାଏ।