ଜିନ୍ଦଲ ଷ୍ଟିଲ ଦ୍ଵାରା CSR ଅର୍ଥ ଦୁରୁପୋଯୋଗ...

Oct 25, 2026 - 06:37
 7
ଜିନ୍ଦଲ ଷ୍ଟିଲ ଦ୍ଵାରା CSR ଅର୍ଥ ଦୁରୁପୋଯୋଗ...

ଜିନ୍ଦଲ ଷ୍ଟିଲ୍ ସମ୍ପୂର୍ଣ୍ଣ ଜ୍ଞାତ ସIରରେ କମ୍ପାନୀ ଲାଭାଂଶ ର 2 ପ୍ରତିଶତ ରାସୀ ଯାହାକି ପ୍ରାୟ 650 କୋଟି ଟଙ୍କାର ସମ୍ପୂର୍ଣ୍ଣ ଦୁରୁପୋଯୋଗ କରାଯାଇଛି I 

CSR ଅର୍ଥ ଓଡିଶା ତଥା ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବ୍ୟୟ ହେବା ପରିବର୍ତ୍ତେ ନବୀନ ଜିନ୍ଦଲ ମାଲିକାନା ରେ ପ୍ରତିଷ୍ଠା ହେଇଥିବା O P ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ କୁ 524 କୋଟି 2025-26 ଆର୍ଥିକ ବର୍ଷରେ ଅନିୟମିତତା ଭାବରେ ପ୍ରଦାନ କରାଯାଇଛି l 

ଏତତ୍ ବ୍ୟତୀତ ପ୍ରାୟ 100 କୋଟିରୁ ଉର୍ଦ୍ଧ ନବୀନ ଜିନ୍ଦଲ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ବିନିଯୋଗ ହୋଇଛି l 

ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଲଲାଟେନ୍ଦୁ ଦାସ ଅଭିଯୋଗ କରିଛନ୍ତି ଯେ ଜିନ୍ଦାଲ ଷ୍ଟିଲ ପାଇପ୍ ଲାଇନ ଯୋଗେ ବଡବିଲ ରୁ ଅନଗୁଳ ପ୍ଲାଣ୍ଟ କୁ ଆଇରନ୍ ଓର ଚାଲାଣ କରିଥିବା ଯୋଜନା ରେ ଜଙ୍ଗଳ ଓ ପରିବେଶ ଆଇନ ର ଖୋଲା ଉଲଂଘନ ହୋଇଛି l 

ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ ଏହି ପାଇପ୍ ଲାଇନ ସମଲ ବ୍ୟାରେଜ ତଳେ ଆସୁଥିବାରୁ ଯେ କୌଣସି ସମୟରେ ଦୁର୍ଘଟଣା ଘଟିଲେ ଉକ୍ତ ଜଳ ସମ୍ପୂର୍ଣ୍ଣ ବିଷାକ୍ତ ହେଇଯିବ ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ l

ସେହିପରି MONNET power ଅଧିଗ୍ରହଣ ସମୟରେ ବ୍ୟାପକ ଦୁର୍ନୀତି ହେଇଛି l 4000 କୋଟି ର ସମ୍ପତ୍ତି କୁ 410 କୋଟି ରେ କାରବାର ସମ୍ପୂର୍ଣ୍ଣ ସନ୍ଦେହ ଜନକ l

ଏହି ଅନିୟମିତତା ବିରୁଦ୍ଧରେ ଛେଣ୍ଡିପଦା ବ୍ଲକ କଂଗ୍ରେସ କମିଟି ଜିନ୍ଦାଲ ଷ୍ଟିଲ ବିରୁଦ୍ଧରେ ଅର୍ଥନୈତିକ ଅବରୋଧ ଡାକରା ଦେଇଥିଲା କିନ୍ତୁ ଅନଗୁଳ ପ୍ରଶାସନ ଅନୁରୋଧକ୍ରମେ ଏହାକୁ ସାମୟିକ ସ୍ଥଗୀତ ରଖାଯାଇଛି ଏବଂ 45 ଦିନ ମଧ୍ୟରେ ଜିନ୍ଦାଲ ଷ୍ଟୀଲ କର୍ତ୍ତୃପକ୍ଷ ଏହି ତୃଟିକୁ ସୁଧାରିବା ସହିତ CSR ଫଣ୍ଡ ଅର୍ଥ ରାଶି କୁ ଅନୁଗୁଳ ଜିଲ୍ଲାର ବିନିଯୋଗ ପାଇଁ ସମ୍ମତି ପ୍ରକାଶ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ରେ ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ l