ଜେଏସପିଏଲ ଅନୁଗୋଳକୁ ଧ୍ବଂସସ୍ତୁପରେ ପରିଣତ କରିଦେଲାଣି...

Aug 7, 2026 - 17:08
 4
ଜେଏସପିଏଲ ଅନୁଗୋଳକୁ ଧ୍ବଂସସ୍ତୁପରେ ପରିଣତ କରିଦେଲାଣି...

ଖଣି କାରଖାନା ଓଡ଼ିଶାରେ, ସିଏସଆର ଖର୍ଚ୍ଚ ଅନ୍ୟ ରାଜ୍ୟରେ

ନିଜ ବିଶ୍ୱବିଦ୍ୟାଳୟ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟକୁ 524 କୋଟି ସିଏସଆର ପ୍ରଦାନ*

ଜିନ୍ଦଲ ପାୱାର ଏଣ୍ଡ ଷ୍ଟିଲ ଲିମିଟେଡ଼ ପକ୍ଷରୁ ଅନୁଗୁଳ ଜିଲ୍ଲାକୁ କିଭଳି ଧ୍ବଂସସ୍ତୁପରେ ପରିଣତ କରି ଦିଆଗଲାଣି ଏବଂ ଜିଲ୍ଲାର ସାଧାରଣ ଜନତାଙ୍କୁ କିଭଳି କମ୍ପାନୀ ପ୍ରତାରଣା କରିଛି, 

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓପିସିସି ଉପସଭାପତି ସସ୍ମିତା ବେହେରା, ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ପ୍ରଧାନ, ଓବିସି ସେଲ ଅଧ୍ୟକ୍ଷ ସରୋଜ ପ୍ରଧାନ, କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ ଓ ଓପିସିସି ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ସମ୍ପୂର୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି l

ଉପସଭାପତି ଶ୍ରୀମତୀ ବେହେରା କହିଛନ୍ତି ଯେ, (JSPL), (ପୂର୍ବ ନାମ ଜିନ୍ଦଲ ଷ୍ଟ୍ରିପ୍ସ ଲିମିଟେଡ଼ - JSL), ଏହାର ଶିଳ୍ପ ଓ ଖଣି ଦ୍ଵାରା ପ୍ରଭାବିତ ଅନୁଗୋଳ, କେନ୍ଦୁଝର ତଥା ଓଡ଼ିଶାକୁ ଅବହେଳା କରି ନବୀନ ଜିନ୍ଦଲଙ୍କ ହରିୟାଣା ସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟକୁ CSR ପାଣ୍ଠିରୁ 524 କୋଟି ଟଙ୍କା ଦେଇଛନ୍ତି । ନବୀନ ଜିନ୍ଦଲ JSL ର ମୁଖ୍ୟ ହିସାବରେ Dt 21-2-2021 ରେ 330.97 କୋଟି, Dt 5-7-23 / Dt 6-7-23 ରେ 88.56 କୋଟି, 222.69 କୋଟି ଓ 16.70 କୋଟି , ଏହିପରି ସମୁଦାୟ 658 କୋଟି 92 ଲକ୍ଷ ଟଙ୍କା ଆପ୍ରୁଭ କରିଛନ୍ତି । ଏହା ମଧ୍ୟରୁ 524 କୋଟି ଟଙ୍କା ଦିଆ ସରିଥିବା ବେଳେ ବଳକା ଅର୍ଥ ଦିଆଯିବାର ଅଛି ବା ଏହାମଧ୍ୟରେ ଦିଆ ସରିଛି ।

JSPL ର ମୁଖ୍ୟ ହିସାବରେ ଏପଟେ CSR ଟଙ୍କାଦେଲେ, ଅନ୍ୟ ପଟେ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମୁଖ୍ୟ (କୁଳପତି) ହିସାବରେ ଟଙ୍କା ନେଇଛନ୍ତି ।ଆମେ ଏହାର ସିବିଆଇ ତଦନ୍ତ ଦାବୀ କରୁଛୁ ।

ବିଜେପି ର ସ୍ଥାନୀୟ କେତେକ ଲୋକ ପ୍ରତିନିଧି, ନିଜ ଅଞ୍ଚଳର ଧୂଳି ଧୂଆଁ ଖାଉଥିବା ପ୍ରଦୂଷଣ ପ୍ରଭାବିତ ଲୋକଙ୍କ ସ୍ଵାର୍ଥ କୁ ଜଳାଞ୍ଜଳି ଦେଇ ନବୀନ ଜିନ୍ଦଲଙ୍କର ଏହି ଆଞ୍ଚଳିକ ସ୍ଵାର୍ଥ ବିରୋଧୀ କାର୍ଯ୍ୟକୁ ସମର୍ଥନ କରୁଛନ୍ତି ।

2- ଜିନ୍ଦଲ ଶିଳ୍ପ ଏବଂ ଏହାର କୋଇଲା ଖଣିଗୁଡିକ ଗୁରୁତର ପ୍ରଦୂଷଣ ଯୋଗୁଁ ଛେଣ୍ଡିପଦା-ଅନୁଗୋଳ ଅଞ୍ଚଳର ପାଣି ପବନ ଓ ମାଟି ପଦୂଷିତ ହୋଇଛି । 

ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କମ୍ପାନୀ ପଦକ୍ଷେପ ନେବା ଜିନ୍ଦଲର ଚତୁଃପାର୍ଶ୍ଵ ଗ୍ରାମ ଯଥା ଛେଣ୍ଡିପଦା, ନିଶା, ଜରାସିଂଗା ଓ ପରଙ୍ଗ ପ୍ରଭୃତି ଅଞ୍ଚଳରେ ଜଳ ପ୍ରଦୂଷଣ ଯୋଗୁଁ କିଡ୍ନୀ ଓ ଫୁସଫୁସ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି - ଏହାର ତଦନ୍ତ ହେଉ ।

3- "କୋଇଲା ବ୍ଲକ ଦୁର୍ନୀତିରେ ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ବିରୋଧରେ ୭୭୮ ପ୍ରମାଣର ଦସ୍ତାବିଜ୍ ଏବଂ ୨୩୪ ଜଣ ତାଲିକାଭୁକ୍ତ ସାକ୍ଷୀ ସହିତ ୧ ଲକ୍ଷ ପୃଷ୍ଠାର ସିବିଆଇ ଚାର୍ଜସିଟ୍ ମାନ୍ୟବର ସୁନୟନା ଶର୍ମା : ସ୍ପେସିଆଲ ଜଜ (ପିସି ଆକ୍ଟ )(ସିବିଆଇ)(କୋଲ ବ୍ଲକ କେଶେସ)-02, ରାଉଜ ଏଭେନ୍ୟୁ ଡିଷ୍ଟ୍ରିକ୍ଟ କୋର୍ଟ, ନିୟୁ ଦିଲ୍ଲୀରେ ସିବିଆଇ କେଶ ନଂ. 64/2025 , RC No. 221 2014E 0018CNR No.DLCT11-000879-2025Branch: CBI, SPE, EO-III, New DelhiCBI Vs. M/s Jindal Steel & Power Ltd & Others ନାମରେ U/s 120-B r/w 409 & 420 IPC and 13(2) r/w 13(1)(c) and 13(1)(d) PC Act, 1988 ଦାଖଲ ହୋଇଛି ।

ମାନ୍ୟବର କୋର୍ଟ ଏଥିରେ ହସ୍ତକ୍ଷେପ କରି ୧୭ ଜୁଲାଇ, ୨୦୨୨ ରେ ଜିନ୍ଦଲଙ୍କୁ ସମନ କରିଥିବା ବେଳେ, ମାନ୍ୟବର ପ୍ରଧାନ ବିଚାରପତିଙ୍କ କୋର୍ଟ ଏହାର ଷ୍ଟେ କରିଛନ୍ତି । 

ସରକାର ସହ ସହ କୋଟି ଟଙ୍କାର ଏହି ମାମଲାର ପରିଚାଳନା ପାଇଁ ସ୍ଵତନ୍ତ୍ର ଓକିଲ ନିଯୁକ୍ତି କରନ୍ତୁ ।

ଅମିତ ସାହାଙ୍କ ବିନା ନିର୍ଦେଶରେ ସି ବି ଆର ଏହି କେଶ କରି ପାରିବ ନାହିଁ । 

"ଅନ୍ଧ ଭକ୍ତମାନେ" ଜିନ୍ଦଲଙ୍କୁ ସମର୍ଥନ ଏବଂ ସମ୍ପର୍କ ରଖିବା ସମୟରେ ସତର୍କ ରୁହନ୍ତୁ । 

????4- ଗତ 3ବର୍ଷରେ ଜିନ୍ଦଲରେ କେତେ ଲୋକ ନିଯୁକ୍ତି ହରାଇଛନ୍ତି ଏବଂ ସେମାନେ କେଉଁ ଅଞ୍ଚଳର ତାହାର ତଦନ୍ତ ହେଉ । 

5- ପ୍ରାୟ 1990 ମସିହାରୁ ଜିନ୍ଦଲ ଓଡିଶାରେ ଖଣି ଓ ଶିଳ୍ପ ବ୍ୟବସାୟ କରି ହଜାର ହଜାର କୋଟି ଟଙ୍କା ଲାଭ ପାଉଥିବାବେଳେ ଅନୁଗୋଳ ତଥା ଓଡିଶାରେ ଗୋଟିଏ ମେଡିକାଲ କଲେଜ କିମ୍ବା ଉଚ୍ଚ ଶିକ୍ଷା ଅନୁଷ୍ଠାନ କରିନାହିଁ । 

????6- ଏହାର ବଡ଼ବିଲ ପେଲେଟ ପ୍ଳାଣ୍ଟର ବର୍ଜ୍ୟ ବସ୍ତୁ ମୂର୍ତ୍ତା ନାଳକୁ ପ୍ରଦୂଷିତ କରିବା ସହ ସୋନା ଓ ବୈତରଣୀ ନଦୀକୁ ପ୍ରଦୂଷିତ କରୁଛି l 

ଜିଲ୍ଲା ସଭାପତି ସୁନୀଲ ପ୍ରଧାନ ବିଶେଷ ତଥ୍ୟ ପ୍ରଦାନକରି କହିଛନ୍ତି ଯେ, 

????1- ବ୍ୟାପକ ଶିଳ୍ପାୟନ ଓ ଖଣି ଖାଦନ ଯୋଗୁଁ ଅନୁଗୋଳ ଜିଲ୍ଲାରେ ଗତ 10 ବର୍ଷ ମଧ୍ୟରେ ପ୍ରାୟ 20 ଲକ୍ଷ ଗଛ କଟା ଯାଇଥିବା ବେଳେ ଏଥିପାଇଁ ଶିମିଳିପାଳ ସାତକୋଶିଆ ବନ୍ୟଜନ୍ତୁ କରିଡୋର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । 

ଏହାଦ୍ଵାରା ମଣିଷ ଓ ହାତୀଙ୍କ ଲଢେଇରେ ଶହ ଶହ ହାତୀ ଓ ମଣିଷଙ୍କର ମୃତ୍ୟୁ ହେଉଥିବାବେଳେ 2025-26 ଗୋଟିଏ ବର୍ଷ ରେ 13 ଜଣ ମଣିଷଙ୍କର ମୃତ୍ୟୁ ହୋଇଛି । 

????2- ପୃଥକ ପରିବହନ କରିଡର ନକରି, ପ୍ରାୟ 15 ହଜାର କୋଇଲା, ପାଉଁଶ, ଲୁହାପଥର ଓ ଅନ୍ୟାନ ଭାରୀ ଯାନବାହାନ ସାଧାରଣ ରାସ୍ତାରେ ଯାଉଥିବା ବେଳେ ଏହା ବ୍ୟାପକ ପ୍ରଦୂଷଣଓ ଟ୍ରାଫିକସମସ୍ୟା ସୃଷ୍ଟି କରୁଛି । 

3- ବର୍ତ୍ତମାନର ବିଜେପି ନେତା ନବୀନ ଜିନ୍ଦଲ ସମେତ ଅନେକ ଶିଳ୍ପପତି, ଯାହାଙ୍କ କମ୍ପାନୀ ବିସ୍ତୃତ ଜମି, ଜଙ୍ଗଲ, ବ୍ରାହ୍ମଣୀ ଜଳ ଏବଂ ତାଳଚେର କୋଇଲା ଭଳି ବିଶାଳ ପ୍ରାକୃତିକ ସମ୍ପଦ ବ୍ୟବହାର କରୁଛି ଏବଂ ଏହାକୁ ଏକ ଉନ୍ନତ ସହର ଏବଂ ସ୍ଵାସ୍ଥ୍ୟ ସେବା ଓ ଶିକ୍ଷାକ୍ଷେତ୍ରରେ ଉନ୍ନତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ।4- ଜେଏସପିଏଲର ଅନେକ ଶ୍ରମିକ ପ୍ଲାଣ୍ଟ ଭିତରେ ଓ ବାହାରେ ଲଗାତାର ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି ଏବଂ ଆହତ ହେଉଛନ୍ତି ଏବଂ ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି l

JSPL ର ଧ୍ବଂସକାରୀ ନୀତି ଏବଂ ଏଥିପାଇଁ ଉପୁଜିଥିବା ସମସ୍ୟାକୁ ନେଇ ଜୁଲାଇ 10 ରୁ 29 ପର୍ଯ୍ୟନ୍ତ ଛେଣ୍ଡିପଦା ତହସିଲ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା l ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଜୁଲାଇ 31 ରୁ ଅଗଷ୍ଟ 2 ପର୍ଯ୍ୟନ୍ତ ଜିନ୍ଦଲ କାରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l 

ଆଗାମୀ ଦିନରେ ଯଦି JSPL ସମସ୍ୟାର ସମାଧାନ ନ କରେ ତେବେ ବିଶାଳ ପଦଯାତ୍ରା, ଖଣିବନ୍ଦ ଆନ୍ଦୋଳନ ଭୀଷଣ ଭାବରେ ଆୟୋଜିତ ହେବ ବୋଲି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିଥିଲେ l