ବିଜେପିର ଆଜି ପଦାଧିକାରୀ ବୈଠକ

ଭୁବନେଶ୍ୱର:ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବସିବ ପଦାଧିକାରୀ ବୈଠକ । ବୈଠକରେ ଯୋଗଦେବେ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ । ଶୀର୍ଷ ନେତୃତ୍ବଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିବେ । ନିର୍ବାଚନ ରଣନୀତି ନେଇ ବୈଠକରେ ହେବ ବିସ୍ତୃତ ଆଲୋଚନା । ଏଥର ଓଡ଼ିଶାରେ ବିଜେପିର ସରକାର ସୁନିଶ୍ଚିତ । ଓଡ଼ିଶା ଗସ୍ତ ସମୟରେ ଏହି ଦମ୍ଭୋକ୍ତି କରିଛନ୍ତି ଉଭୟ ନେତା । ୮୦ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକସଭାରେ ୧୬ରୁ ଅଧିକ ସାଂସଦ ଜତିକି ଆସିବେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେହିପରି ସହ ପ୍ରଭାରୀ କହିଛନ୍ତି, ମହିଳା ମାନେ ଆମ ସହ ଅଛନ୍ତି ।ଓଡ଼ିଶାରେ ବିଜେପି ସରକାର ଆଣିବାରେ ମହିଳା ମାନଙ୍କର ସବୁଠୁ ବଡ଼ ଅବଦାନ ରହିବ

ବିଜେପିର ଆଜି ପଦାଧିକାରୀ ବୈଠକ