ଟୋଲ ଗେଟ ଆଦାୟରେ 'GPS' system ର ନୂଆ ବ୍ୟବସ୍ଥା

Apr 19, 2025 - 11:34
 57
ଟୋଲ ଗେଟ ଆଦାୟରେ 'GPS' system ର ନୂଆ ବ୍ୟବସ୍ଥା

ନୂଆ ବ୍ୟବସ୍ଥାରେ 'ଜିପିଏସ୍' GPS ଆଧାରିତ ଟୋଲ୍ ସିଷ୍ଟମ୍ :

*GPS ଆଧାରିତ ଟୋଲ୍ ସିଷ୍ଟମରେ, ଯାନବାହନରେ ଅନ୍-ବୋର୍ଡ ୟୁନିଟ୍ (OBU) ନାମକ ଏକ ଡିଭାଇସ୍ ସ୍ଥାପିତ ହେବ ଯାହା ବର୍ତ୍ତମାନ ବ୍ୟବହୃତ FASTag ସିଷ୍ଟମକୁ ବଦଳାଇବ l*

*ଏହି ଡିଭାଇସ୍ GNSS ଅର୍ଥାତ୍ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଟେକ୍ନୋଲୋଜି ମାଧ୍ୟମରେ ଯାନର ଗତିବିଧିକୁ ଟ୍ରାକ୍ କରିବ। ଯେତେବେଳେ ଏକ ଯାନ ରାଜପଥରେ ଗତି କରିବ, ସେତେବେଳେ ଏହା କେତେ ଦୂର ଅତିକ୍ରମ କରୁଛି ତାହା OBU ମାଧ୍ୟମରେ ରେକର୍ଡ କରାଯିବ। ସେହି ଅନୁସାରେ ଟୋଲ୍ ପରିମାଣ ସ୍ଥିର କରାଯିବ ଏବଂ ଏହା ସିଧାସଳଖ ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଡିଜିଟାଲ୍ ୱାଲେଟ୍ ରୁ କଟାଯିବ।*

*ଅର୍ଥାତ୍, ହାଇୱେରେ ଆପଣ ଯେତେ ଦୂରତା ଅତିକ୍ରମ କରିବେ, ତା’ ପାଇଁ ଆପଣଙ୍କ ଆକାଉଣ୍ଟରୁ ଟୋଲ୍ ସ୍ୱୟଂଚାଳିତ ଭାବରେ କାଟି ନିଆଯିବ। ବିଶେଷ କଥା ହେଉଛି ଲୋକଙ୍କୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ। ପ୍ରାରମ୍ଭରେ, ଏହି ବ୍ୟବସ୍ଥା ଟ୍ରକ୍ ଏବଂ ବସ୍ ଭଳି ବଡ଼ ଯାନବାହାନ ପାଇଁ ପ୍ରଯୁଜ୍ୟ ହେବ, ତା’ପରେ ଧୀରେ ଧୀରେ ଏହା ସମସ୍ତ ବ୍ୟକ୍ତିଗତ ଯାନ ଏବଂ କାର ପାଇଁ ପ୍ରଯୁଜ୍ୟ ହେବ। ଏହି ବ୍ୟବସ୍ଥା ଭାରତର ନିଜସ୍ୱ ସାଟେଲାଇଟ୍ ନାଭିକ୍‌ରେ ଚାଲିବ, ଯାହା ଫଳରେ ତଥ୍ୟ ଦେଶ ଭିତରେ ରହିବ ଏବଂ ସୁରକ୍ଷିତ ରହିବ।*