ଡିଆରଡିଓ ଦ୍ବାରା କମ୍ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

Jan 2, 2026 - 15:24
 5
ଡିଆରଡିଓ ଦ୍ବାରା କମ୍ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ଡିଆରଡିଓ ଦ୍ବାରା କମ୍ ସମୟ ବ୍ୟବଧାନରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି ଓଡ଼ିଶା ଉପକୂଳରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସମାନୁରାଳ ପରୀକ୍ଷଣ କରିଛି । ଟେ ଗୋଟିଏ ଲଞ୍ଚର୍ ରୁ ଉଭୟ କ୍ଷେପଣାସ୍ତ୍ରକୁ କମ୍ ସମୟ ବ୍ୟବଧାନରେ ଛଡ଼ା ଯାଇଥିଲା।

ପୂର୍ବାହ୍ନ ପ୍ରାୟ 10ଟା 30 ମିନିଟରେ ହୋଇଥିବା ଏହି ପରୀକ୍ଷଣ ସଫଳ ହୋଇଛି। ବ୍ୟବହାରିକ ମୂଲ୍ୟାଙ୍କ ପରୀକ୍ଷଣର ଣର ଅଂଶବି ଶବିଶେଷ ଭାବେ ବେ ଏହି ଫ୍ଲାଇଟ୍ ଟେଷ୍ଟ କରାଯାଇ ଯାଇଥିଲା । ଡ ଉଭୟ କ୍ଷେପଣାସ୍ତ୍ର ଉଦ୍ଦିଷ୍ଟ ପର୍ଥ ଅନୁସରଣ କରିବା ସହିତ ସମସ୍ତ ଉଡ଼ାଣି ଉଦ୍ଦେଶ୍ୟ ପୂରଣ କରିଥୂଲ ଥୂଲା । ଚାନ୍ଦିପୁରର ସମନ୍ବିତ ପରୀକ୍ଷଣ ରେଞ୍ଜ ଦ୍ବାରା ନିୟୋଜିତ ନିତ ଟ୍ରାକିଂ ସେନ୍ସର ଦ୍ବାରା ଏହାକୁ ପ୍ରମାଣିତ କରାଯାଇଥିଲା। ଇମ୍ପାକ୍ଟ ପଏଣ୍ଡ ନିକଟରେ ନିୟୋଜିତ ଅନବୋର୍ଡ ଜାହଜରେ ସ୍ଥାପିତ ଟେଲିମେଟ୍ରି ସିଷ୍ଟମ ଦ୍ବାରା ଟର୍ମିନାଲ ଇଭେଣ୍ଟଗୁଡ଼ିକ ସୁନିଶ୍ଚିତ କରାଯାଇଥିଲା।

ପ୍ରଳୟ ହେଉଛି ଏକ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ସଲିଡ୍ ପ୍ରୋପେଲାଣ୍ଡ ଆଧାରିତ କ୍ରାସୀ-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯାହା ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଗାଇଡାନ୍ସ ଏବଂ ନାଭିଗେସନ୍ ବ୍ୟବହାର କରେ। ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟ ବିରୁଦ୍ଧରେ ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ।

ହାଇଦ୍ରାବାଦସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ୍ ଦ୍ବାରା ଅନ୍ୟ ଡିଆରଡିଓ ପ୍ରୟୋଗଶାଳା ଯଥା ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ।ଶ ପ୍ରୟୋଗଶାଳା, ଆଭାନ୍ସଡ୍ ସିଷ୍ଟମ ଲାବୋରେଟୋର ଅସ୍ପୃଶସ୍ତ୍ର ଗବେଷଣା ଏବଂ ଏବଂ ବିକାଶ ପ୍ରତିଷ୍ଠ ପ୍ରତିଷ୍ଠାନ, ହାଇ ଏନର୍ଜି ମ୍ୟାଟେରିଆଲନ୍ସ ଲାବୋରେଟୋରୀ, ପ୍ରତିରକ୍ଷା ମେଟା ମଟାଲ ମେଟାଲର୍ଜିକାଲ ରିସର୍ଚ୍ଚ ଲାବୋରେଟୋରୀ, ଟର୍ମିନାଲ୍ ବାଲିଷ୍ଟିକ୍ ରିସ ଲାବୋରେଟେ ରଟୋରୀ, ଗବେଷଣା ଓ ବିକାଶ ପ୍ରତିଷ୍ଠାନ {ଇଞ୍ଜିନିୟର୍ସ} ଏବଂ ଇଣ୍ଡିଗ୍ରେଟେଡ୍ ଟେଷ୍ଟ ), ବିକାଶ ତଥା ଉତ୍ପାଦନ ଭା ଭାଗୀଦାର (ଭାରତ ରତ ଡାଇନାମିକ୍ସ ଲିମିଟେଡ୍ ଟେଡ୍ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍) ଏବଂ ଅନ୍ୟାନ୍ୟ ଭାରତୀୟ ଶିଳ୍ପ ସହ ସହଭାଗିତାରେ ଏହି କ୍ଷେପଣାସ୍ତ୍ର ବିକଶିତ କରାଯାଇଛି । ପରୀକ୍ଷଣ ପାଇଁ, ଦୁଇଟି ବିକାଶ ତଥା ଉତ୍ପାଦନ ଭାଗୀଦାରଙ୍କ ଦ୍ବାରା ସିଷ୍ଟମଗୁଡ଼ିକ ଗୁଡ଼ିକ ଏକୀକୃତ ହୋଇଥିଲା। ଏହିଁ ପରୀକ୍ଷଣରେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ,

ଭାରତୀୟ ବାୟୁସେନା ଏବଂ ଭାରତୀୟ ସେନାର ବ୍ୟବହାରକାରୀ ପ୍ରତିନିଧୀ ତଥା ବିକାଶ ତଥା ଉତ୍ପାଦନ ଭାଗିଦାର ସମେତ ଶିଳ୍ପ ପ୍ରତିନିଧୂମାନେ ସାମିଲ ରହିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ନିୟମିତ ବ୍ୟବଧାନରେ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପାଇଁ ଡିଆରଡିଓ, ଭାରତୀୟ ବାୟୁସେନା, ଭାରତୀୟ ସେନା, ଡିପିଏସୟୁ ଏବଂ ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି। ପ୍ରଳୟ କ୍ଷେପଣାସ୍ତ୍ରର ସମାନ୍ତରାଳ ଉତକ୍ଷେପଣି ସଫଳ ହେବା ଏହି କ୍ଷେପଣାସୁର ବିଶ୍ବସନୀୟତାକୁ ଦୃଢ଼ କରିଛି ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ବିଭାଗର ଗବେଷଣା ଓ ବିକାଶ ସଚିବ ତଥା ଡିଆରଡିଓର ଅଧ୍ଯକ୍ଷ ଡକ୍ଟର ସମୀର ଭି କାମାଥ୍ ସଫଳ ବିମାନ ପରୀକ୍ଷଣରେ ଜଡିତ ଥ‌ିବା ଡିଆରଡିଓ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି, ଏହି ସଫଳତା ବ୍ୟବହାର ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତିର ପ୍ରସ୍ତୁତିକୁ ଦର୍ଶାଉଛି।