କୁର୍ତ୍ତା ପାଇଜାମା ପିନ୍ଧିବେ ଭାରତୀୟ ନୌସେନା ଅଧିକାରୀ
ଭାରତୀୟ ସଂସ୍କୃତିରେ ଝଲସିବ ଭାରତୀୟ ନୌସେନା । କାରଣ ଅଫିସର୍ସ ମେସ୍ରେ ଲାଗୁ ହୋଇଛି ନୂଆ ଡ୍ରେସ୍ କୋଡ ।

ଭାରତୀୟ ସଂସ୍କୃତିରେ ଝଲସିବ ଭାରତୀୟ ନୌସେନା । କାରଣ ଅଫିସର୍ସ ମେସ୍ରେ ଲାଗୁ ହୋଇଛି ନୂଆ ଡ୍ରେସ୍ କୋଡ । ଏଥର କୁର୍ତ୍ତା ପାଇଜାମା ଓ କୁର୍ତ୍ତା ଚୁଡିଦାର ପିନ୍ଧିବେ ଭାରତୀୟ ନୌସେନା ଅଧିକାରୀ । ଖୁବଶୀଘ୍ର ଭାରତୀୟ ନୌସେନାର କର୍ମଚାରୀମାନେ ବେଡ୍ରୁମ୍ ଓ ଅଫିସର୍ସ ମେସ୍(ରେଷ୍ଟୁରାଣ୍ଟ)ରେ ପାରମ୍ପରିକ ପୋଷାକ ପିନ୍ଥିଥିବାର ନଜର ଆସିବେ ।ଏନେଇ ମିଳିଛି ମଞ୍ଜୁରୀ ।
ଭାରତୀୟ ସଂସ୍କତିକୁ ଧ୍ୟାନରେ ରଖି ଏହି ଡ୍ରେସ୍କୁ ନୌସେନାରେ ସାମିଲ କରାଯାଇଛି । ଡ୍ରେସ୍ କୋଡ୍ରେ କୁର୍ତ୍ତା, ପାଇଜାମା ଓ ଚୁଡିଦାର ତଥା ପ୍ଲାଜୋକୁ ସାମିଲ କରାଯାଇଛି । ଭାରତୀୟ ନୌସେନାର ନାବିକମାନେ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ୱାର୍ଡରୁମ ଏବଂ ଅଧିକାରୀଙ୍କ ମେସ (ରେଷ୍ଟୁରାଣ୍ଟ)କୁ ଆସିପାରିବେ । କୁର୍ତ୍ତାର ରଙ୍ଗ ଆକାସିଆ ନୀଳ ଓ ପାଇଜାମା ରଙ୍ଗ ଧଳା ହୋଇଥିବା ବେଳେ ଜ୍ୟାକ୍ର ରଙ୍ଗ ନାଭି ବ୍ଲୁ ରହିଛି।
ସୂଚନା ଥାଉକି, ସେନାରୁ ଅବସର ନେଇଥିବା ଶୌର୍ଯ୍ୟ ଚକ୍ର ବିଜେତା ବ୍ରିଗେଡିୟର୍ ହରଦୀପ ସିଂହ ସୋହି ତାଙ୍କ ଏକ୍ସ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ଭାରତୀୟ ନୌସେନାର ନୂତନ ଆଦେଶ ବିଷୟରେ ସୂଚନା ଦେଇଛନ୍ତି। ଫଟୋଟି କୁର୍ତ୍ତା-ପାଇଜାମା ଏବଂ ଜ୍ୟାକେଟର, ଯାହାକୁ ନୌସେନା କର୍ମଚାରୀମାନେ ପିନ୍ଧିବାକୁ ଅନୁମତି ପାଇଛନ୍ତି।