ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର:ବଲାଙ୍ଗୀର ସହର ନିକଟ ଖୁଜେନପାଲି ସ୍ଥିତ ବିଶ୍ବାତ୍ମ ବିଦ୍ୟା ମନ୍ଦିର ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ବିନାୟକ ପ୍ରଧାନ (୧୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଛାତ୍ରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୋର ୫ଟା ବେଳେ ହଷ୍ଟେଲ ବାଥରୁମରେ ଛାତ୍ର ଜଣକ ଗାମୁଛାରେ ଝୁଲି ପଡିଥିବା ଅନ୍ୟ ଛାତ୍ରମାନେ ଦେଖିବାକୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର କରିଥିଲେ। ଏହି ଘଟଣାରେ ଛାତ୍ରଙ୍କ ମାତାପିତା ଗଭୀର ଦୁଃଖରେ ଭାଙ୍ଗି ପଡିଛନ୍ତି। ମୃତ ଛାତ୍ରଙ୍କ ପିତା ରାତ୍ର ପ୍ରଧାନ ହତ୍ୟା ଅଭିଯୋଗ ଆଣି ତଦନ୍ତ କରିବାକୁ ଦାବି କରିଛନ୍ତି। ସ୍କୁଲ ହଷ୍ଟେଲରେ ସଦର ଥାନା ପୋଲିସ ପହଞ୍ଚିଛି ତଦନ୍ତ କରୁଛନ୍ତି।

Feb 20, 2024 - 17:36
 16
ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ