ଦେବାଶିଷ ପଟ୍ଟନାୟକ ହେଲେ ଏଆଇସିସି ସମ୍ପାଦକ...

Nov 22, 2026 - 21:25
 3
ଦେବାଶିଷ ପଟ୍ଟନାୟକ ହେଲେ ଏଆଇସିସି ସମ୍ପାଦକ...

ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାର୍ଗେ ବାଙ୍କୀର ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଭାବରେ ନିଯୁକ୍ତି ଦେଇଛନ୍ତି ।

 ଶ୍ରୀ ପଟ୍ଟନାୟକ ପୂର୍ବରୁ ଏନ୍‌ଏସ୍‌ୟୁଆଇ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଭାବରେ ନିଜର ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଛନ୍ତି । 

ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏବଂ ଅଧୁନା ଉପସଭାପତି ଭାବରେ ସେ କାର୍ଯ୍ୟରତ ଥିଲେ । 

ସାରା ଦେଶରେ ଜିଲ୍ଲା ଓ ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତି ପାଇଁ ଏଆଇସିସି ପକ୍ଷରୁ ଯେଉଁ ସଂଗଠନ ସୃଜନ ପ୍ରକ୍ରିୟା ପ୍ରଚଳନ ହେଉଛିି ସେହି ପ୍ରକ୍ରିୟାରେ ଶ୍ରୀ ପଟ୍ଟନାୟକ ଦେଶର ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇ ସୂଚାରୁ ରୂପେ ନିଜର ଦାୟିତ୍ୱ ସମ୍ପାଦକ କରିଛନ୍ତି ।