ଦେଶକୁ ହରାଇବାକୁ ପଡିଲା ଏକ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ବରିଷ୍ଠ ରାଜନୀତିଜ୍ଞ...

*ଚାଲିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନମୋହନ ସିଂହ । ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ତେବେ ଏନେଇ ଦିଲ୍ଲୀ ଏମ୍ସ କିମ୍ବା ମନମୋହନ ସିଂହ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନି । ତେବେ ଆଜି ସନ୍ଧ୍ୟାରେ ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସର ଜରୁରୀକାଳୀନ ୱାର୍ଡରେ ମନମୋହନ ସିଂହ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସରେ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ସାଂସଦ ପ୍ରିୟଙ୍କା ଗାନ୍ଧି ପହଞ୍ଚିଥିଲେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ ।*