ନବରାତ୍ରୀ ଉପଲକ୍ଷେ ଶ୍ରୀମଦ୍ଧେବି ଭାଗବତ ମହାପୁରାଣ ବିଷ୍ଣୁ ମନ୍ଦିର, ଶହୀଦନଗର, ଭୁବନେଶ୍ବର ରେ ଆରମ୍ଭ ହୋଇଯାଇଛି ।
ସହିଦନଗର ସଂସ୍କୃତିକ ସମିତି ରେ ସେପ୍ଟେମ୍ବର ୨୨ ରୁ ୨୭ ପର୍ଯ୍ୟନ୍ତ ସନ୍ଧ୍ୟା ୬:୩୦ ରୁ ୮.୩୦ ପର୍ଯ୍ୟନ୍ତ କରାଯିବ।
ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର, ସଭାପତି ତ୍ବ ସଭାପତି ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ଓ ପ୍ରବକ୍ତା ଭାବେ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ, ସମ୍ମାନୀୟ ଅତିଥି ଭାବେ, ସହିଦନଗର ସାଂସ୍କୃତିକ ସମିତି ଅନୁଷ୍ଠାନ ର ସଭାପତି ଶ୍ରୀ ଗଗନ ବିହାରୀ ନିତ୍ୟାନନ୍ଦ ଚଇନି,ଉପସଭାପତି ରେବତୀ କାନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ, ବିଭୁପଦ ପଟ୍ଟନାୟକ, ଉନୟନ କମିଟି ସମ୍ପାଦକ, ପ୍ରଦୀପ କୁମାର ଦ୍ବିବେଦୀ, ମନ୍ଦିର ସମ୍ପାଦକ, ଦେବେନ୍ଦ୍ର ବିଜୟ ବ୍ରମ୍ହା, ଉପଦେଷ୍ଟା ପ୍ରଭାକର ମଲ୍ଲିକ, ମଧୁ ମାଧବ ଜେନା, ରବି ନାରାୟଣ ମହାପାତ୍ର, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ଅକ୍ଷୟ ସାହୁ, ଅକ୍ଷୟ ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଥମ ଦିନ ମା ଶୈଲପୁତ୍ରୀ ଙ୍କ ବିଷୟରେ କଥା ମୃତ କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗ ଦେଇଥିଲେ।
ଏହା ଆମ ଶ୍ରୀମନ୍ଦିର ରେ କିପରି ହୁଏ ଆସନ୍ତୁ ଜାଣିବା ଉତ୍କଳରେ ଦୁର୍ଗା ମାଧବ ଉପାସନା "ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ। ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।"
ଭାରତବର୍ଷରେ ସର୍ବତ୍ର ଦୁର୍ଗା ମହାଦେବଙ୍କ ସହ ଏବଂ ମାଧବଙ୍କ ସହ ଲକ୍ଷ୍ମୀ ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ଦୁର୍ଗାମାଧବ ଉପାସନାର ପରମ୍ପରା ଦେଖାଯାଇଥାଏ।
ଉତ୍କଳର ଦୁର୍ଗା ମାଧବ ଉପାସନା ମହାମାୟା ଦୁର୍ଗାଙ୍କୁ ଜଗତଜନନୀ ଏବଂ ହରିଙ୍କୁ ଜଗତପିତା ରୂପରେ ପ୍ରତିପାଦିତ କରିଛି ।
ପୁଣି ଯଦି ଆମେ ଅପରାଜିତା ସ୍ତୋତ୍ରକୁ ଅନୁଧ୍ୟାନ କରିବା ସେଥିରେ ପ୍ରାରମ୍ଭରୁ ବିଷ୍ଣୁ ଓ ଦୁର୍ଗାଙ୍କ ସ୍ତୁତି ମିଶ୍ରିତ ଭାବେ ରହିଛି ।
ସୁକ୍ଷ୍ମ ଦୃଷ୍ଟିରୁ ଦେଖିବାକୁ ହେଲେ ଅଦ୍ୱୈତ ତତ୍ତ୍ବର ପ୍ରତିପାଦକ ହିଁ ଦୁର୍ଗାମାଧବ ତତ୍ତ୍ବର ମୌଳିକ ଲକ୍ଷ୍ୟ ।
ସ୍ଥୁଳତଃ ଶାକ୍ତ ଓ ବୈଷ୍ଣବଙ୍କର ସମନ୍ଵୟ ହେଉଛି ଏହି ଉପାସନାର ଲକ୍ଷ୍ୟ ।
ଶାରଦୀୟ ଷୋଡଶ ଦିନାତ୍ମକ ପୂଜା ରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିର ରେ ବିଜେ କରିଥାନ୍ତି।
ପ୍ରଥମ ୮ ଦିନ ଦୁର୍ଗା ମାଧବ ବିମଳା ମନ୍ଦିର କୁ ବିଜେ ହୋଇଥାନ୍ତି । ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିର କୁ ରଥରେ ରଥଯାତ୍ରା କରିଥାନ୍ତି । ଏହାକୁ ଶାକ୍ତ ଗୁଣ୍ଡିଚା /ଗୁପ୍ତ ଗୁଣ୍ଡିଚା କୁହାଯାଏ। ସତସଙ୍ଗ ଆପଣ ମାନଙ୍କୁ ଆନନ୍ଦ ଦେବ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ ବୋଲି କହିଛନ୍ତି ଡ଼ ନାରାୟଣ ମହାପାତ୍ର ।