ପ୍ରଦୂଷଣ ରୋକିବା ଦିଗରେ BMC ନୂଆ ନିତୀ ଆପଣେଇଲା...

Jan 6, 2026 - 22:36
 6
ପ୍ରଦୂଷଣ ରୋକିବା ଦିଗରେ BMC ନୂଆ ନିତୀ ଆପଣେଇଲା...

ପ୍ରଦୂଷଣ ରୋକିବା ଦିଗରେ BMC ନୂଆ ନିତୀ ଆପଣେଇଲା...

ଭୁବନେଶ୍ବର: ଭୁବନେଶ୍ବର ଓ କଟକରେ ପ୍ରଦୂଷଣ ପାଇଁ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରହିବ। ପ୍ରଦୂଷଣ ରୋକିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଟକଣା ଜାରି କରାଯାଇଛି। ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡିପୋ ଓ ଷ୍ଟାଣ୍ଡ୍‌ରେ ନିୟମିତ ବସ୍ ଧୋଇବାକୁ CRUTକୁ ନିର୍ଦ୍ଦେଶ ଦିଆଯାଇଛି। ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍ ଦେବାକୁ ହେବ। ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପାଇଁ ଦିଆଯାଇଛି ପରାମର୍ଶ । ଧୂଳି ଉଡୁଥ‌ିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍‌ସିର ନିର୍ଦ୍ଦେଶ ରହିଛି।