ନବୀନ ନିବାସରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ପାଇଁ ଗୁରୁତ୍ୱପୂର୍ଣ ବୈଠକ ଅର୍ଥାତ "କର୍ଣ୍ଣ ପିଶାଚ ମନ୍ତ୍ର"...
ନବୀନ ନିବାସରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ପାଇଁ ଗୁରୁତ୍ୱପୂର୍ଣ ବୈଠକ ଅର୍ଥାତ "କର୍ଣ୍ଣ ପିଶାଚ ମନ୍ତ୍ର"...
ନବୀନ ନିବାସରେ ୩ ଦିନ ଧରି ଚାଲିବ ଗୁରୁତ୍ୱପୂର୍ଣ୍ଣ ବୈଠକ ଅର୍ଥାତ 'କର୍ଣ୍ଣ ପିଶାଚ ମନ୍ତ୍ର' |
୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରସ୍ତୁତି ଜୋରଦାର କରିଛନ୍ତି ।
ଦଳର ସମସ୍ତ ବିଧାୟକଙ୍କୁ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ଲଗାତାର ତିନି ଦିନ ଧରି ସନ୍ଧ୍ୟା ସମୟରେ ଆରମ୍ଭ ହୋଇ ଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦଳୀୟ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଭୋଟ୍ ଦେବାର ଜଟିଳ ପ୍ରକ୍ରିୟା ବିଷୟରେ ସମସ୍ତଙ୍କୁ ସଠିକ୍ ତାଲିମ ଦେବା।
ଏହାଦ୍ୱାରା ନିର୍ବାଚନ ସମୟରେ କୌଣସି ପ୍ରକାରର ତ୍ରୁଟି କିମ୍ବା ‘କ୍ରସ୍ ଭୋଟିଂ’ର ସୁଯୋଗ ରହିବ ନାହିଁ।ମାର୍ଚ୍ଚ ୧୧ ତାରିଖରେ ଏକ ‘ଥ୍ରୀ-ଲାଇନ୍ ହୁଇପ୍’ ଜାରି କରିଥିଲେ।
ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବିଧାୟକଙ୍କୁ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଉପସ୍ଥିତ ରହିବାକୁ କୁହାଯାଇଛି।
ମାର୍ଚ୍ଚ ୧୬ ଭୋଟ୍ ଗ୍ରହଣ ଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ସମସ୍ତଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ରହିଛି।
ନବୀନ ନିଜ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ୩ ଦିନିଆ ବୈଠକରେ ଉପସ୍ଥିତ ରହିବା ସମସ୍ତ ବିଧାୟକଙ୍କ ପାଇଁ ବାଧ୍ୟତାମୂଳକ ଅଟେ |