ନବୀନ ବାବୁଙ୍କ ଅମଳରେ ସୃଷ୍ଟି ହୋଇଥିବା ବ୍ଲକ ଗ୍ରାଣ୍ଡ ଟିଚରଙ୍କୁ ସମବେଦନା...
ସେତେବେଳେ ଘଉଡ଼ାଇ ଦେଉଥିବା ଟିଚରଙ୍କୁ ଏବେ ବିଜେଡ଼ର ସହାନୁଭୂତି
ଏହି ଆଗଧାଡିର ନେତାମାନେ ଏବେ ଟିଚରଙ୍କ ପାଇଁ କୁମ୍ଭୀର କାନ୍ଦଣା ଆରମ୍ଭ କଲେଣି
ପଚିଶ ବର୍ଷ ଆମକୁ ଶାରିରୀକ କଷଣ,ମାନସିକ ଧର୍ଷଣ, ଆର୍ଥିକ ଶୋଷଣ କରିକରି ଆମ ବାଳ ପଚେଇ ଦେଲେ।
ବ୍ଲକଗ୍ରାଣ୍ଟର ବେଧ ବୋଝ ବୋହି ବୋହି ଆମେ ବୁଢ଼ା ବୁଢ଼ୀ ହେଲୁ। ସେତେବେଳେ ଧରିବାକୁ ଚାହିଁଲେ ଧାରା ଛୁଆଁ ଦେଉ ନଥିଲେ, ଏବେ ଛାଏଁ ଆସି ଧାରା ଦେଉଛନ୍ତି ।
ସେତେବେଳେ ଡାହାଣୀ ହେଇ ଲାଗିଥିଲେ ଏବେ ଗୁଣିଆ ହୋଇ ଝାଡ଼ିବାକୁ ଆସିଲେ।
ବ୍ଲକ ଗ୍ରାଣ୍ଡ ଶିକ୍ଷକ ସଙ୍ଘ...