ଏମସ୍ରେ ସାଂଘାତିକ ନିଯୁକ୍ତି ଦୁର୍ନୀତି : ଯୁବ କଂଗ୍ରେସ*
BIS ଦ୍ୱାରା AIMS ରେ ଚାକିରୀ
ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏମସରେ ଚାକିରି ବିକିରି ଦୁର୍ନୀତି ପ୍ରସଙ୍ଗ ଉପରେ ଉପସ୍ଥାପନ କରିଥିଲେ ।
ଏମସ କତ୍ତୃପକ୍ଷ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜ୍ଞାତ ସାରରେ ଏମସରେ ଖୋଲମଖୁଲା ଚାକିରି ବିକିରି ହୋଇଥିବା ବେଳେ ଏହି ସାଂଘାତିକ ଦୁର୍ନୀତିକୁ ଏମସର ଉଚ୍ଚପଦସ୍ଥ ଅଧିକାରୀ ରାଜ୍ୟ ଓ କେନ୍ଦ୍ର ସରକର ନୀରବ ରହିବା ଦୁର୍ଭାଗ୍ୟଜନକ ।
ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି, ଭୁବନେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ଶ୍ରୀ ୟାସିର ନୱାଜ ଏହି ସାମ୍ବାଦିକ ସମ୍ମଳନୀରେ ଚାକିରି ବିକରି ଘଟଣାର ତଥ୍ୟ ଉପସ୍ଥାପନ କରି ଏହି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ କଠୋର ଦଣ୍ଡ ଦିଆଯିବାକୁ ଦାବି କରିଥିଲେ ।
ବମ୍ବେ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ଲିମିଟେଡ (ବିଆଇଏସ୍) ନାମକ ଏକ ସଂସ୍ଥା ଏମ୍ସ ଠାରୁ ଟେଣ୍ଡର ହାସଲ କରି ହାଉସ୍କିପିଙ୍ଗ ଷ୍ଟାଫ ଓ ହସ୍ପିଟାଲ ଆଟେଣ୍ଡାଣ୍ଟ ଷ୍ଟାଫ୍ ନିଯୁକ୍ତି କରିଛନ୍ତି ।
ଏହି ପ୍ରକ୍ରିୟାରେ ବିଆଇଏସ୍ ବହୁ ଗରିବ ଓ ନିରୀହ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବେଆଇନ ଭାବରେ ଲାଞ୍ଚ ନେଇଛନ୍ତି । ଏହି ନିଯୁକ୍ତି ପାଇଁ ଇଣ୍ଟଭ୍ୟୁ ହୋଇନାହିଁ କି ସେମାନଙ୍କର ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇନାହିଁ ।
ହସ୍ପିଟାଲ ଆଟେଣ୍ଡାଣ୍ଟଙ୍କ ଠାରୁ ଜଣକା ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ଲାଞ୍ଚ ନିଆଯାଇଥିବାବେଳେ ହାଉସ୍କିପିଙ୍ଗ ଷ୍ଟାଫଙ୍କ ଠାରୁ ପାଖାପାଖି ୨ଲକ୍ଷ ଟଙ୍କା ନିଆଯାଇଥିବାର ଅଭିଯୋଗ ହୋଇଛି । ହସ୍ପିଟାଲ ଆଟେଣ୍ଡାଣ୍ଟ ଷ୍ଟାଫ୍ ଭାବେ ଏବେ ନିକଟରେ ୭୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେହି ସମସ୍ତ ୭୦ଜଣଙ୍କ ଠାରୁ ଲାଞ୍ଚ ନିଆଯାଇଛି ।
ଏହା ପୂର୍ବରୁ ଏହି କମ୍ପାନୀ ମଧ୍ୟ ୨୦୦ ହାଉସ୍କିପିଙ୍ଗ ଷ୍ଟାଫ ଓ ହସ୍ପିଟାଲ ଆଟେଣ୍ଡାଣ୍ଟ ଷ୍ଟାଫ୍ ନିଯୁକ୍ତି ଦେଇଛନ୍ତି । ଏଥିରେ ବ୍ୟାପକ ଲାଞ୍ଚ କାରବାର ହେବା ସହ ବିଆଇଏସ୍ର ବିଜୟ ବାରିକ, ଅସିତ ଦାସ ଏବଂ ସଞ୍ଜୁ ସିଂ ଏହି ତିନିଜଣ ଉଚ୍ଚପଦସ୍ଥ କର୍ମଚାରୀ ଅଟନ୍ତି ।
ସେମାନେ ଏମସ୍ କର୍ତ୍ତୃପକ୍ଷଙ୍କୁ ହାତ କରି ଏହି ଦୁର୍ନୀତି କରିବାକୁ ସକ୍ଷମ ହୋଇଛନ୍ତି ।
ଏମସ୍ର ଡାଇରେକ୍ଟର ଆଶୁତୋଷ ବିଶ୍ୱାସ, ଆସିଷ୍ଟାଣ୍ଡ ଆଡିମିନ୍ଷ୍ଟ୍ରେଟିଭ୍ ଅଫିସର ଏବଂ ମେଡିକାଲ ସୁପରଇନ୍ଟେଣ୍ଡଣ୍ଟଙ୍କ ଭୂମିକା ସନ୍ଦେହଜନକ ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛନ୍ତି ।
ଏହିମାନଙ୍କ ପ୍ରତ୍ୟେକ ସହଯୋଗରେ ନିଯୁକ୍ତିରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ହୋଇଛି ଏବଂ ଯେଉଁ ସାର୍ଟିଫିକେଟ ଦାଖଲ କରି ନିଯୁକ୍ତି ଦିଆଯାଇଛି ସେ ସାର୍ଟିଫିକେଟ ଜାଲ କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଇନାହିଁ । ଏଣୁ କୋଟି କୋଟି ଟଙ୍କାର ଲାଞ୍ଚ କାରବାରରେ ଏମାନେ ସଂପୃକ୍ତ ।
ଏଠାରେ ପ୍ରକାଶଥାଉକି ୨୦୨୫ ମସିହା ଅଗଷ୍ଟ ମାସରେ ଗ୍ରୁପ ବି ଏବଂ ଗ୍ରୁପ-ସି ନିଯୁକ୍ତିରେ ଜାଲ ପ୍ରମାଣ ପତ୍ର ବ୍ୟବହାର ହେବା ଘଟଣାକୁ ନେଇ ଜଣେ ଏମସ, ଭୁବନେଶ୍ୱର ଅଫିସର ଏବଂ ଅନ୍ୟ ୫ଜଣଙ୍କୁ ସିବିଆଇ ଗିରଫ କରିଥିଲା । ୨୦୨୩ ମସିହା ଜୁଲାଇ ମାସରେ କିଛି ପଦବୀର ନିଯୁକ୍ତି ପାଇଁ ଯେଉଁ ପ୍ରକ୍ରିୟା ଚାଲିଥିଲା ସେଥିରେ ଶିକ୍ଷାଗତ ଏବଂ କାର୍ଯ୍ୟ ଅଭିଜ୍ଞତାର ଜାଲ ସାର୍ଟିଫିକେଟ ଦିଆଯାଇଥିଲା ।
ସୁତରାଂ ଏମସ୍ ଭୁବନେଶ୍ୱରର ଚାକିରୀ ବିକ୍ରିୟ ଦାୟିତ୍ୱ ବିଆଇଏସ୍ ନେଇଛି । ଯଦି ୭ ଦିନ ମଧ୍ୟରେ ଏହାର ଉପଯୁକ୍ତ ତଦନ୍ତ ହୋଇ ଦୋଷୀମାନଙ୍କୁ ଗିରଫ କରି ଦଣ୍ଡ ଦିଆନଯାଏ ତେବେ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସବଜାଣି ଅଜଣାର ଭୂମିକା କରୁଥିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିôବା ଭୁବନେଶ୍ୱର ସାଂସଦଙ୍କୁ ଘେରାଉ କରାଯିବାକୁ ଶ୍ରୀ ନୱାଜ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସୁଦିପ ସାମଲ ଓ ଜାଭେଦ୍ ଅକ୍ତାର ପ୍ରମୁଖ ଉପସ୍ଥିତ ଥିଲେ ।