ଆରମ୍ଭ ହୋଇ ଗଲା ଭୁବନେଶୋରିଆଙ୍କ ମେଳି...

Aug 20, 2026 - 14:29
 12
ଆରମ୍ଭ ହୋଇ ଗଲା ଭୁବନେଶୋରିଆଙ୍କ ମେଳି...

ଅପରାହ୍ନ 5ଟା ସମୟରେ ମାଷ୍ଟ୍ରକ୍ୟାଣ୍ଟିନ ଛକ ଠାରେ "ଆମେ ଭୁବନେଶ୍ଵରିଆ "ସଂଗଠନର ଏକ ସାଧାରଣ ବୈଠକ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ , ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି. ଅନୁଷ୍ଠାନିକ ଭାବରେ ସର୍ବ ସମ୍ମତି ଅନୁଯାଇ ଭୁବନେଶ୍ୱର ମହା ନଗର ଦ୍ୱାରା କରା ଯାଇଥିବା ବିଜ୍ଞପ୍ତି ଅନୁଯାଇ ପ୍ରଭାବିତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ, ଡାକ୍ତର, ଓକିଲ, ଚାଟର୍ଡ ଆକାଉଣ୍ଟ, ତଥା ବିଭିନ୍ନ ବର୍ଗର ବ୍ୟବସାୟୀ ମାନେ ସମ୍ମିଳିତ ଭାବେ ଏହି ବିଜ୍ଞପ୍ତିକୁ ଆଇନଗତ ବିରୋଧ କରିବାକୁ ନିଷ୍ପତି ନିଆଯାଇଥିଲା l 

ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଏକାଠି କରିବା ସହ ଏହାର ଆଇନଗତ ଦିଗ ଉପରେ କାଯ୍ୟ କରିବାକୁ ନିଷ୍ପତି ହୋଇଛି ଲା

ଗତ ବିଏମସି ବୈଠକରେ କମିଶନର ଯାହା କହିଲେ ଏଥିରୁ ସ୍ପଷ୍ଟ ଯେ ବିଏମସି ଆବଶ୍ୟକ ସ୍ଥଳେ ସବୁ ବ୍ୟବସାୟିକ ଘର ଯଥା ଅଫିସ, ଡାକ୍ତରଙ୍କ ଚାମ୍ବର, ଓକିଲଙ୍କ ଚାମ୍ବର, ସିଏ ଚାମ୍ବର ସହ ସବୁ ଅଫିସ, ଛୋଟ ବଡ଼ ଦୋକାନ, ନିଜ ଅଫିସ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ l 

କେବଳ ଘରୋଇ ପାଇଁ ବ୍ୟବହୃତ ଯଥା ହଷ୍ଟେଲ, ଗେଷ୍ଟ ହାଉସ ପରି ରହିବା ପାଇଁ ବ୍ୟବହାର ଘର ଏବେ କ୍ଷତିଗ୍ରସ୍ତ ହେବେନାହିଁ l କିଛି ଘରକୁ ସିଲ ବି କରିବାକୁ ନିଷ୍ପତି ନେଇଥିବା କମିଶନର ବୈଠକରେ ପ୍ରକାଶ କରିଥିଲେ l 

ଏହାକୁ ଆମେ ଭୁବନେଶ୍ୱରିଆ ବିରୋଧ କରିବା ସହ ଆବଶ୍ୟକ ସ୍ଥଳେ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତି ହୋଇଛି l 

ବରିଷ୍ଟ ଓକିଲ ପିନାକୀ ମିଶ୍ର ଙ୍କୁ ଯୋଗାଯୋଗ ପାଇଁ ଆବାହକ ବାସୁଦେବ ଭଟ୍ଟ ଙ୍କୁ ଦାଇତ୍ୱ ଦିଆଯାଇଛି l 

ଯେଉଁମାନେ ଉଚ୍ଚ ନ୍ୟାୟାଳୟ ଯାଇଛନ୍ତି ସେମାନଙ୍କୁ ବିଏମସି ଏକ ମାସ ମଧ୍ୟରେ ସବୁ କାଗଜ ପତ୍ର ପାଇଁ କହିବ ନଚେତ ତାଙ୍କୁ ସୁପ୍ରିମକୋର୍ଟ ଙ୍କ ଅର୍ଡର ବଳରେ ଉଚ୍ଚ ନ୍ୟାୟାଳୟରୁ କେଶ ଭାକେଟ କରି ନିୟମ ଅନୁସାରେ ସିଲ କରିବାର କ୍ଷମତା ଅଛି l 

ସେଥିପାଇଁ ଆମେ ଭୁବନେଶ୍ୱରିଆ ଭୁବନେଶ୍ୱର ସବୁ ବାସିନ୍ଦା ଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ଘରୋଇ ବ୍ୟବହାର ପାଇଁ ପ୍ଳାଣ୍ଣିଙ୍ଗ ନେଇ ଦୋକାନ, ଘରେ ଅଫିସ କିମ୍ବା କୌଣସି ବ୍ୟବସାୟିକ କାଯ୍ୟ କରୁଛନ୍ତି ସେମାନେ ଜଲଦି ବିଏମସିକୁ ଅନୁମୋଦନ ପାଇଁ ଅନୁରୋଧ କରନ୍ତୁ l 

ଆବଶ୍ୟକ ସ୍ଥଳେ ଭୁବନେଶ୍ୱର ବାସିନ୍ଦା ଆମେ ଭୁବନେଶ୍ୱରିଆ କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି l 

ବାସୁଦେବ ଭଟ୍ଟ କିମ୍ବା ସଞ୍ଜୟ ଦାସ, ପ୍ରଦ୍ୟୁମ୍ନ ଦାଶ ଙ୍କୁ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି l 

ବୈଠକରେ ସଞ୍ଜୟ ଦାସ, ପ୍ରଦ୍ୟୁମ୍ନ ଦାଶ, ଗିରିଜାଶଙ୍କର ମହାପାତ୍ର, ପ୍ରସନ୍ନ ପୃଷ୍ଟି, ପରମେଶ୍ୱର ଦାଶ (ବୁଲନଭାଇ )ପ୍ରଣବ ସ୍ୱାଇଁ ଏବଂ ବହୁ ସଂଖ୍ୟାରେ କର୍ମ କର୍ତ୍ତା ଉପସ୍ଥିତ ରହି ମିଳିତ ଭାବେ ସମର୍ଥନ ଜଣାଇ ସଂଗଠିତ ଭାବେ ପ୍ରଭାବିତ ବ୍ୟବସାୟୀ, ଏବଂ ପ୍ରତିଷ୍ଠାନ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି.