‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା - ୨୦୨୬'ରେ 'କୁଦୋପା 'ଦୋପାଲି'ର ବୀରତ୍ବ ଗାଥାକୁ ପ୍ରାଧାନ୍ୟ
‘ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା - ୨୦୨୬'ରେ 'କୁଦୋପା 'ଦୋପାଲି'ର ବୀରତ୍ବ ଗାଥାକୁ ପ୍ରାଧାନ୍ୟ
ସ୍ପାନିସ ସମେତ ୧୩ଟି ଭାଷାରେ ପ୍ରକାଶିତ କୁଦୋପାଲି ପୁସୁକ ବିଶ୍ବ ଦରବାରରେ ଓଡ଼ିଶାର ବୀରତ୍ବକୁ ନୂତନ ପରିଚୟ ଦେବ ଦବ – - ଧର୍ମେନ୍ଦ୍ର ପ୍ରଧାନ
କାତାରର ସଂସ୍କୃତି ମନ୍ତ୍ରୀ ଏଆର ର ବିନ ହାମଦ ବିନ ଜାସିମ ବିନ ହାମଦ ଅଲ୍ ଥାନି ଏବଂ ସ୍ପେନ ସଂସ୍କୃତି ମନ୍ତ୍ରଣାଳୟର ଡାରେକ୍ଟର । ଜେନେରାଲ ଅଫ୍ ବୁକ୍ସ ମାରିଆ ଜୋ ଜୋସେ ଗାଲଭେ ଭେଜ ଉପସ୍ଥିତ
"ଦି ସାଗା । ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫ ୧୮୫୭" ପୁସ୍ତକର ସ୍ଟାନିସ୍, ବଙ୍ଗାଳି, ପଞ୍ଜାବୀ, ଅସମୀଯ ମୀୟା, ମାଲାୟାଲମ, ଉର୍ଦୁ, ମରାଠୀ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ସଂସ୍କରଣ ଲୋକାର୍ପିତ ପୂର୍ବରୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଉନ୍ମୋଚିତ ହୋଇସାରିଛି
ସ୍ପାନିସ ଭଳି ଭଳି ଆନ୍ତର୍ଜାତି ର୍ଜାତିକ ଭାଷାରେ ପୁସ୍ତକଟିର ଉନ୍ମୋଚନ ଓଡ଼ିଶାର ଇତି ପାଠକଙ୍କ କଙ୍କ ପାଖରେ ପହଞ୍ଚାଇବାରେ ପହଞ୍ଚାଇବାରେ ଏକ ବଡ଼ ସଫଳ ଇତିହାସକୁ ୟୁରୋପୀୟ
ପୁସ୍ତକ ଉନ୍ମୋଚନ ଅବସରରେ କୁଦୋପାଲିର ସଂଘର୍ଷ ଉପରେ ଆଧାରିତ ଏକ ସ୍ବତନ୍ତ୍ର ଭିଡିଓ ପ୍ରଦର୍ଶିତ
ସମ୍ବଲପୁରର କୁଦୋପାଲି ଭାରତୀୟ ସ୍ବାଧୀନତ ନତା ସଂଗ୍ରାମର ର ଏକ ଜାଜ୍ବଲ୍ଯ ଲ୍ୟମାନ ପ୍ରତୀକ
କୁଦୋପାଲି ମାଟିରେ ସମୁଦାୟ ୫୭ ଜଣ ବୀର ସନ୍ଧାନ ଦେଶ ପାଇଁ ପ୍ରାଣବ ପ୍ରାଣବଳି ଦେଇଥିଲେ
ବିସ୍ମୃତ ଇତିହାସକୁ ମିଳିଲା ନୂଆ ପରିଚୟ: ୧୮୫୭ ସଂଗ୍ରାମ ସଂଗ୍ରାମର ଏହି ଅନାଲୋଚିତ ନାୟକଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି
ଓଡ଼ିଶାର ଗୌରବମୟ ଇତିହାସକୁ ଆନ୍ତର୍ଜାତିକ ସ୍ବରରେ ପହଞ୍ଚାଇବାକୁ ବଳିଷ୍ଠ ପ୍ରୟାସ
ଦୀର୍ଘ ବର୍ଷ ଧରି କେବଳ ସ୍ଥାନୀୟ ଲୋକଗୀତରେ ସୀମିତ ଥୂବା ଏହି ଇତିହାସକୁ ଆଇସିଏଚଆର ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମାଧ୍ଯମରେ ପ୍ରାମାଣିକ ରୂପ ଦିଆଯାଇଛି ৬৭৮
ନୂଆପିଢ଼ିର ପିଲାମାନେ ନିଜ ମାଟିର ବୀରତ୍ନ ଓ ସଂଘର୍ଷ ବିଷୟରେ ଜାଣିବାକୁ ସୁଯୋଗ ପାଇବେ
ନୂଆଦିଲ୍ଲୀ, ୧୦ ଜାନୁଆରୀ ୨୦୨୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ମଣ୍ଡପମ୍ ଠାରେ 'ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା (ଏନଡିଡବ୍ଲ୍ୟୁବିଏଫ) ୨୦୨୬'ର ଉଦଘାଟନ କରିଛନ୍ତି । ଏହି ବର୍ଷର ମେଳାରେ ଓଡ଼ିଶାର ୧୮୫୭ ସଂଗ୍ରାମର ଅନାଲୋଚିତ ଅଧ୍ୟାୟ 'କୁଦୋପାଲି'କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।
ଏହି ଅବସରରେ କୁଦୋପାଲିର ସଂଘର୍ଷ ଉପରେ ଆଧାରିତ ଏକ ସ୍ବତନ୍ତ୍ର ଭିଡିଓ ପ୍ରଦର୍ଶିତ ହେବା ସହ " 'ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭″ ପୁସ୍ତକଟିକୁ ସ୍ଟାନିସ ସମେତ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚନ କରାଯାଇଛି । ଶ୍ରୀ ପ୍ରଧାନ ଏବଂ ଅନ୍ୟ ଅତିଥିମାନେ ପୁସ୍ତକଟିକୁ ସ୍ପାନିସ୍, ବଙ୍ଗାଳି, ପଞ୍ଜାବୀ, ଅସମୀୟା, ମାଲାୟାଲମ, ଉର୍ଦୁ, ମରାଠୀ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭଳି ମୋଟ ୧୦ଟି ଭାଷାରେ ଉନ୍ମୋଚନ କରିଥିଲେ । ପୂର୍ବରୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ ହୋଇସାରିଥିବା ଏହି ପୁସ୍ତକଟି ବର୍ତ୍ତମାନ ମୋଟ ୧୩ଟି ଭାଷାରେ ଉପଲବ୍ଧ । ବିଶେଷ ଭାବରେ ସ୍ପାନିସ ଭଳି ଆନ୍ତର୍ଜାତିକ ଭାଷାରେ ପୁସ୍ତକଟିର ଉନ୍ମୋଚନ ଓଡ଼ିଶାର ଇତିହାସକୁ ୟୁରୋପୀୟ ପାଠକଙ୍କ ପା ପାଖରେ ପହଞ୍ଚାଇବାରେ ଏକ ବଡ଼ ସଫଳତା ।
ଶ୍ରୀ ପ୍ରଧାନ କହିଛନ୍ତି ୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ କୁଦୋପାଲିର ରଣଭୂମିରେ ୫୩ ଜଣ ଗ୍ରାମୀ ଶହୀଦ ହୋଇଥିଲେ । ପରେ ଆଉ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଏହିପରି ୫୭ ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ଆଜିର ପଦକ୍ଷେପ ମାଧ୍ଯମରେ କୁଦୋପାଲିର ଅନାଲୋଚିତ ଇତିହାସ ৩০° ବୀର ସଂଗ୍ରାମୀଙ୍କ ବଳିଦାନକୁ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ଏକ ବଳିଷ୍ଠ ପ୍ରୟାସ କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ ଭାରତର ସଂଗ୍ରାମୀ ଇତିହାସକୁ ବିଶ୍ବ ଦରବାରରେ ଏକ ନୂତନ
ପରିଚୟ ପ୍ରଦାନ କରିବ । ଏହି ପଦକ୍ଷେପ ଦ୍ବାରା ନୂଆପିଢ଼ିର ପିଲାମାନେ ମାନେ ନିଜ ମାଟିର ବୀରତ୍ଵ ଓ ସଂଘର୍ଷ ବିଷୟରେ ଜାଣିବାକୁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି ।
ସମ୍ବଲପୁରର କୁଦୋପାଲି କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଜାଜ୍ୱଲ୍ୟମାନ ପ୍ରତୀକ । ୧୮୫୭ର ସିପାହୀ ବିଦ୍ରୋହ ସମୟରେ ଓଡ଼ିଶାର ଏହି ମାଟି ବ୍ରିଟିଶ ଶାସନ ବିରୋଧରେ ଅପରାଜେୟ ସଂଗ୍ରାମର ସାକ୍ଷୀ ରହିଥିଲା, ଯାହା ଏବେ ବିଶ୍ବ ଦରବାରରେ ନୂତନ ପରିଚୟ ପାଇବାକୁ ଯାଉଛି । ୧୮୫୭ ଜୁଲାଇ ୩୦ରେ ହଜାରିବାଗ ଜେଲରୁ ମୁକ୍ତ ହେବା ପରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଫେରିଆସିଥିଲେ । ଜନତାଙ୍କ ଅକୁଣ୍ଠ ସମର୍ଥନରେ ସେ ବ୍ରିଟିଶ ବିରୋଧୀ 'ଉଲଗୁଲାନ' (ଗରିଲା ଯୁଦ୍ଧ)ର ରଣନୀତି ପ୍ରସ୍ତୁତ କରିଥିଲେ । ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂରରେ ଥିବା କୁଦୋପାଲିକୁ ସଂଗ୍ରାମୀମାନେ ନିଜର ମୁଖ୍ୟ କେନ୍ଦ୍ର କରିଥିଲେ । ଏହାର ପାହାଡ଼ିଆ ଭୌଗୋଳିକ ଅବସ୍ଥିତି ଯୋଗୁଁ ସେଠାରୁ ଶତ୍ରୁର ଗତିବିଧୂ ଉପରେ ନଜର ରଖୁବା ସହଜ ଥିଲା । ୧୭ ଡିସେମ୍ବର ୧୮୫୭ରେ ବ୍ରିଟିଶ ସେନାର ପ୍ରଥମ ଆକ୍ରମଣକୁ ସଂଗ୍ରାମୀମାନେ ପାହାଡ଼ ଉପରୁ ବିଶାଳ ପଥର ଗଡ଼ାଇ ପରାସ୍ତ କରିଥିଲେ । ଏହି ବିଜୟ ବ୍ରିଟିଶ ଶାସନକୁ ସମ୍ପୂର୍ଣ୍ଣ ଅଥର୍ବ କରିଦେଇଥିଲା । ବ୍ରିଟିଶ ସେନା ଷଡ଼ଯନ୍ତ୍ର କରି ପଛକୁ ଫେରିଯିବାର ଛଳନା କରିଥିଲେ । ସଂଗ୍ରାମୀମାନେ ପାହାଡ଼ ତଳକୁ ଓହ୍ଲାଇବା ମାତ୍ରେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ । ଏହି ଯୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ଚତୁର୍ଥ ଭ୍ରାତା ଛବିଳ ସାଏ ବୀରତ୍ବର ସହ ଲଢ଼ି ଶହୀଦ ହୋଇଥିଲେ । କୁଦୋପାଲି ମାଟିରେ ସମୁଦାୟ ୫୭ ଜଣ ବୀରପୁତ୍ର ତଥା ୫୩ ଜଣ ଯୁଦ୍ଧରେ ଓ ୪ ଜଣ ଫାଶୀ ଦ୍ବାରା ଶହୀଦ ହୋଇଥିଲେ । ଏହି ଘଟଣା ସଂଗ୍ରାମକୁ ଦୁର୍ବଳ କରିବା ପରିବର୍ତ୍ତେ ଆହୁରି ତୀବ୍ର କରିଥିଲା, ଯାହାର ପ୍ରତି ତିଶୋଧ ପରବର୍ତ୍ତୀ ସମୟରେ ପ ପାହାଡଶ୍ରୀଚି ଶ୍ରୀଗିଡା ଯୁଦ୍ଧରେ ନିଆଯାଇଥିଲା ।
ସମ୍ବଲପୁରର ଏହି ଐ ଐତିହାସିକ ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ ବ ବୀର ସୁରେନ୍ଦ୍ର ১৫ বাত্র, ଯାହାଙ୍କ ନେତୃତ୍ବରେ ସାରା ଅଞ୍ଚଳରେ ରେ ବ୍ରିଟିଶ ବିରୋଧୀ ଜନ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା । କୁଦୋପାଲିର ରକୃକ୍ଷୟୀ ଯୁଦ୍ଧ ଯୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ଏଙ୍କ ଚତୁର୍ଥ ଭ୍ରାତା ଛବିଳ ଛବିଳ ସାଏ ବୀ ବୀରତ୍ବର ଚରମ ରମ ନିଦର୍ଶନ ଦେଖାଇ ଦେଖାଇ ଶହୀଦ ହୋଇଥିଲେ । ତାଙ୍କ ସହ ଏହି ଆନ୍ଦେ ।ନ୍ଦୋଳନକୁ ସଶ ସଶକ୍ତି କରିବାରେ ସୁରେନ୍ଦ୍ରଙ୍କ ଅ ଅନ୍ୟତମ ଭ୍ରାତା ଉଦନ୍ତି ସାଏ ଏବଂ କାକା ବଳରାମ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁଦୋପାଲି ମାଟିକ୍ ॥ଟିକୁ ନିଜ ରକ୍ତରେ ଭିଜାଇଥିବା ୫୭ ଜଣ ବୀର ସନ୍ତାନଙ୍କ ମଧ୍ୟ ମଧ୍ୟରେ କୁଲାବିରା ଜମିଦାରଙ୍କ ପୁତ୍ର କୃଷ୍ଣଚନ୍ଦ୍ର ସିଂହ ନାଏକ, ସଂଗ୍ରାମୀ ସେନାପତି ଶ୍ରୀକୃଷ୍ଣ ବେହେରା ଏବଂ ପତ୍ରାପାଲିର ଗଉଁତିଆ ବଳଭଦ୍ର ଦାସ ବିର୍ଷିଆ ପ୍ରମୁଖ ସାମିଲ ଥିଲେ । ଏହି ବରପୁତ୍ରମାନଙ୍କ ମିଳିତ ତ୍ଯାଗ ଗ ଓ ବଳିଦାନ କୁଦୋପାଲିକୁ ଭାରତୀୟ ସ୍ବାଧୀନତା ଇତିହାସରେ ଏକ ପବିତ୍ର ରକୃତୀର୍ଥର ମାନ୍ୟତା ପ୍ରଦାନ କରିଛି ।
ଦୀର୍ଘ ବର୍ଷ ଧରି ଏହି ଇତିହାସ କେବଳ ସ୍ଥାନୀୟ ଲୋକଗୀତରେ ସୀମିତ ଥିଲା । ବର୍ତମାନ ଆଇ.ସି.ଏଚ.ଆର ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟର ପ୍ରୟାସରେ ଏହି ବିସ୍ତ୍ରୁତ କାହାଣୀ 'ଦି ସାଗା ଅଫ୍ କୁଦୋପାଲି' ପୁସ୍ତକ ମାଧ୍ୟମରେ ୧୩ଟି ଭାଷାରେ ପ୍ରକାଶିତ ହୋଇ ବିଶ୍ବବ୍ୟାପୀ ପରିଚୟ ପାଉଛି । କୁଦୋପାଲିରେ ଏକ ଭବ୍ୟ ଶହୀଦ ସ୍ମାରକ ନିର୍ମାଣର ଯୋଜନା କରାଯାଇଛି, ଯାହା ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ରାଷ୍ଟ୍ରର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ଉଲ୍ଲେଖନୀୟ, ଏହି ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳାରେ କାତାରର ସଂସ୍କୃତି ମନ୍ତ୍ରୀ ମହାମହିମ ଏଆର ବିନ ହାମଦ ବିନ ଜାସିମ ବିନ ହାମଦ ଅଲ୍ ଥାନି, ଭାରତର କତାର ରାଷ୍ଟ୍ରଦୂତ ଏଚ.ଜେ ଅଲ ଜାବିର ଏବଂ ସ୍ପେନର ସଂସ୍କୃତି ମନ୍ତ୍ରଣାଳୟର ଡାରେକ୍ଟର ଜେନେରାଲ ଅଫ୍ ବୁକ୍ସ ସୁଶ୍ରୀ ମାରିଆ ଜୋସେ ଗାଲଭେଜ ପ୍ରମୁଖ ଉପସ୍ଥିତ ରହି ଭାରତର ଏହି ସଂଗ୍ରାମୀ ଗାଥାକୁ ସମ୍ମାନ ଜଣାଇଛନ୍ତି ।