ଶିକ୍ଷକ ଶିକ୍ଷୟତ୍ରୀମାନେ ବୁଲିବେ ପିଲାଙ୍କ ଘର...

Jan 12, 2026 - 09:30
 7
ଶିକ୍ଷକ ଶିକ୍ଷୟତ୍ରୀମାନେ ବୁଲିବେ ପିଲାଙ୍କ ଘର...

ଶିକ୍ଷକ ଶିକ୍ଷୟତ୍ରୀମାନେ ବୁଲିବେ ପିଲାଙ୍କ ଘର...

ଛାତ୍ରଛାତ୍ରୀଙ୍କ ନିୟମିତ ସ୍କୁଲ୍‌ ଯାତ୍ରା ସୁନିଶ୍ଚିତ କରିବାକୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ କଡ଼ା ପଦକ୍ଷେପ ନେଇଛି। 

ସପ୍ତାହେ ଧରି କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଅନୁପସ୍ଥିତ ରହିଲେ, ସେମାନଙ୍କ ଘରକୁ ଯିବେ ଶିକ୍ଷକ ଓ ସ୍କୁଲ୍‌ କର୍ତ୍ତୃପକ୍ଷ। 

ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। 

ଛାତ୍ରଛାତ୍ରୀ କାହିଁକି ନିୟମିତ ଭାବେ ସ୍କୁଲ୍‌କୁ ଆସୁନାହାନ୍ତି, ସେଥିର କାରଣ ଜାଣିବା ସହ ଅଭିଭାବକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।

ପିଲାମାନଙ୍କ ସହିତ ବୃଦ୍ଧି ପାଇବ ସମ୍ପର୍କ 

ଅଭିଭାବକମାନେ ହେବେ ସଚେତନ