ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ମନୁ ନାଥ ସେଠୀଙ୍କ ଅବସର

Mar 31, 2026 - 20:57
 14
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ମନୁ ନାଥ ସେଠୀଙ୍କ ଅବସର

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର

ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ଶ୍ରୀ ମନୁ ନାଥ ସେଠୀଙ୍କ ଅବସର

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ମନୁ ନାଥ ସେଠୀ ଆଜି ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୫ ବର୍ଷର ନିଷ୍ଠାପର ସେବା ପରେ ସେ ଆଜି ଚାକିରୀ ନିମନ୍ତେ ଧାର୍ଯ୍ୟ ବୟସର ସୀମା ଅତିକ୍ରମ କରି ଅବସର ନେଇଛନ୍ତି। ୧୯୯୧ ମସିହାରେ ସରକାରୀ ସେବାରେ ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ଭାବରେ ଯୋଜନା ଓ ସଂଯୋଜନ ବିଭାଗରେ ଯୋଗ ଦେଇଥିବା ଶ୍ରୀ ସେଠୀ ନିଜର କର୍ମମୟ ଜୀବନ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ଅତିରିକୁ ବାଣିଜ୍ୟ କର ଅଧୂକାରୀ, ଜିଲ୍ଲା କୋଷାଗାର ଅଧୂକାରୀ, ବାଣିଜ୍ୟ କର ବିଭାଗର ଡେପୁଟି କମିଶନର, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (OUAT) ର ଅର୍ଥ ନିୟନ୍ତ୍ରିକ ଏବଂ ବାଣିଜ୍ୟ କର ଏବଂ ପଣ୍ୟ ଓ ସେବା କର ବିଭାଗ (CT & GST) ବିଭାଗର ଅତିରିକ୍ତ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶେଷରେ ସେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅର୍ଥ ପରାମର୍ଶଦାତା

ତଥା ସ୍ବତନ୍ତ୍ର ସଚିବ ଭାବେ ନିଜର ଦାୟିତ୍ବ ତୁଲାଇଥିଲେ ଲ। ସେ ଜଣେ ମିଷ୍ଟଭାସୀ ଓ ଉଦାର ସ୍ବଭାବର ବ୍ୟକ୍ତିତ୍ଵ । ତାଙ୍କର ସରଳ ଓ ନିଷ୍କପଟ ବ୍ୟବହର ଦ୍ବା ଦ୍ବାରା ସେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମସ୍ତ ଅଧୂକାରୀ ଓ କର୍ମଚାରୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର ଏହି ଦୀର୍ଘ ଏବଂ ସଫଳ କାର୍ଯ୍ୟକାଳ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଆଜିର ଏହି ଅବସର ଦିନରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ତାଙ୍କର ସୁସ୍ଥ,ନିରାମୟ ଓ ଦୀର୍ଘ ଜୀବନର କାମନା କରି ରହୁଛୁ ।