ପରୀକ୍ଷା ଡରରେ ଡରରେ ଛଅ ମହଲା କୋଠାରୁ ଡେଇଁ ଜୀବନ ହାରିଲେ ଛାତ୍ର

କର୍ଣ୍ଣାଟକ : ପରୀକ୍ଷା ଡରରେ ଛଅ ମହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଜୀବନ ହାରିଛନ୍ତି। ତେବେ ଛାତ୍ରୀ ଜଣକଙ୍କ ଘର ବିହାର ଏବଂ ସେ କର୍ଣ୍ଣାଟକର ମଣିପାଲ ବିଶ୍ୱବିଦ୍ୟାଳୟ ବିଏସସି ଦ୍ୱିତୀୟ ବର୍ଷରେ ପାଠ ଛାତ୍ରୀ ବୋଲି ଜଣାପଡିଛି। ଛାତ୍ରୀ ଜଣକଙ୍କ ନାଁ ସତ୍ୟମ ସୁମନ ଏବଂ ବୟସ ୨୦ ବର୍ଷ ବୋଲି କୁହାଯାଉଛି। ତେବେ ଛାତ୍ରୀ ଜଣଙ୍କ ପରୀକ୍ଷା ପାଇଁ ଚିନ୍ତିତ ରହୁଥିଲେ ଏବଂ ପରୀକ୍ଷାରେ ଭଲ ନକରିବାକୁ ନେଇ ତାଙ୍କ ମନରେ ଭୟ ରହିଥିଲା । ଏଥିପାଇଁ ସେ ଛାତରୁ ଡେଇଁ ନିଜ ଜୀବନ ହାରିଥିବା ନେଇ ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାସହିତ ଘଟଣାର ଛାନଭିନ କରିବା ମଧ୍ୟ ଆରମ୍ଭ କରିଦେଇଛି।

Feb 22, 2024 - 15:13
 2
ପରୀକ୍ଷା ଡରରେ ଡରରେ ଛଅ ମହଲା କୋଠାରୁ ଡେଇଁ ଜୀବନ ହାରିଲେ ଛାତ୍ର