ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତି ହୋଇ ଉଠିଛି ସରଗରମ...

May 5, 2026 - 11:10
May 5, 2026 - 11:21
 4
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତି ହୋଇ ଉଠିଛି ସରଗରମ...

ବେଙ୍ଗଲରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗରେ ନିଆଁବାଣ ହୋଇଛନ୍ତି।

ଏହି ପରାଜୟକୁ ସେ 'ଲୁଟ୍' ବୋଲି ଅଭିହିତ କରିଥିବାବେଳେ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି।

ପଶ୍ଚିମବଙ୍ଗରେ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବା ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। 

ମମତା କହିଛନ୍ତି, "ଏହା କୌଣସି ନୈତିକ ବିଜୟ ନୁହେଁ, ଏହା ହେଉଛି ଲୁଟ୍, ଲୁଟ୍ ଏବଂ ଲୁଟ୍।" 

ନିର୍ବାଚନ କମିଶନଙ୍କୁ 'ବିଜେପି କମିଶନ' କହି କଡ଼ା ସମାଲୋଚନା କରିଛନ୍ତି। 

ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରୀୟ ବାହିନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ବିଜେପି ୧୦୦ରୁ ଅଧିକ ଆସନ ଲୁଟ୍ କରିଛି।

"ଆମେ ପୁଣି ଫେରିବୁ": ପରାଜୟ ସତ୍ତ୍ୱେ ତୃଣମୂଳ କଂଗ୍ରେସ ପୁଣି ଶକ୍ତିଶାଳୀ ହୋଇ ଫେରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।