ପଶ୍ଚିମ ବଙ୍ଗ ପ୍ରଶାସନ ରେ ଲାଗିଲା ରୋକ...
ପଶ୍ଚିମ ବଙ୍ଗ ପ୍ରଶାସନ ରେ ଲାଗିଲା ରୋକ...
ଏବେ ଏକ ବାଟକୁ ଆସିଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ
ପଶ୍ଚିମବଙ୍ଗରେ ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ।
ଏ ନେଇ ସମସ୍ତ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଦୁଶ୍ୟନ୍ତ ନରିଆଲା ।
ମୁଖ୍ୟ ଶାସନ ସଚିବ ଚିଠିରେ ତାଗିଦ କରିଛନ୍ତି ଯେ କୌଣସି ସରକାରୀ ଦସ୍ତାବିଜ କିମ୍ବା ଫାଇଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନାହିଁ ।
କୌଣସି ଜେରକ୍ସ କିମ୍ବା ସ୍କାନିଂ ପାଇଁ ମଧ୍ୟ ଅନୁମତି ଦିଆ ଯାଇନାହିଁ ।
ସମସ୍ତ ବିଭାଗର ପ୍ରମୁଖମାନଙ୍କୁ ଏହା ଉପରେ ବ୍ୟକ୍ତିଗତ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଚିଠି ଅତିରିକ୍ତ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ, ସମସ୍ତ ବିଭାଗର ଆୟୁକ୍ତ, କୋଲକାତା ପୋଲିସ କମିଶନର ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇ ଦିଆଯାଇଛି ।