ପାଞ୍ଚ ମାସ ହେବ ଅଲଗା ହେଲେଣି ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌

ମୁମ୍ବାଇ : ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ ଙ୍କ ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ । ରିଆଲିଟି ସୋ’ ‘ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସେ ଦୁହେଁ ଗତ ୩ ବର୍ଷ ହେବ ଲିଭ୍‌-ଇନ୍‌ ସଂପର୍କରେ ଥିଲେ। ନିକଟରେ ଏକ ସାକ୍ଷାତ୍‌କାରେ ପବିତ୍ରା ନିଶ୍ଚିତ କରିଛନ୍ତି ଯେ ଗତ ପାଞ୍ଚ ମାସ ହେବ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିସାରିଛି। ‘ବିଗ୍‌ ବସ୍‌’ ଗୃହରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରଥମରୁ ଆଦୌ ବି ପଡୁନଥିଲା। ପବିତ୍ର ଓ ଏଜାଜ୍‌ଙ୍କୁ ଅଧିକାଂଶ ସମୟରେ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଥିଲା। ହେଲେ ସୋ’ ଶେଷ ହେବା ବେଳକୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ବାହାରକୁ ବାହାରିବା ପରେ ସେମାନେ ନିଜର ଅନେକ ଫଟୋ ଓ ଭିିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଥିଲେ। କେବଳ ସେତିକି ନୁହେଁ, ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି ବୋଲି ସର୍ବସମ୍ମୁଖରେ ସ୍ବୀକାର କରିବା ସହ ମଲାଦସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ସାଥୀ ହୋଇ ରହୁଥିଲେ। ଗତ ୫ ମାସ ପୂର୍ବରୁ ଦୁ‌ହେଁ ଅଲଗା ହୋଇ ସାରିଛନ୍ତି। ପବିତ୍ରା କହିଛନ୍ତି କି ଅଲଗା ହେବା ପରେ ବି ସେମାନେ ‌ସେହି ଆପାର୍ଟମେଣ୍ଟ୍‌ରେ ଏକା ସହ ରହୁଥିଲେ। ଗତ ମାସ ହିଁ ଏଜାଜ୍‌ ନିଜ ପାଇଁ ଆଉ ଏକ ଘର ବୁଝି ପବିତ୍ରା ରହୁଥିବା ଆପାର୍ଟମେଣ୍ଟ୍‌ରୁ ନିଜ ଜିନିଷ ନେଇ ଚାଲି ଯାଇଛନ୍ତି।

ପାଞ୍ଚ ମାସ ହେବ ଅଲଗା ହେଲେଣି ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌