ପାଣ୍ଡିଆନଙ୍କୁ ଟମାଟୋ ମାଡ଼!

ଗଞ୍ଜାମ: ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଟମାଟୋ ମାଡ଼ କରାଯାଇଛି । ଗଞ୍ଜାମ ବେଲଗୁଣ୍ଠା ସଭାରେ ଜଣେ ଯୁବକ ତାଙ୍କ ଉପରକୁ ଟମାଟୋ ମାଡ଼ କରିଥିବା ଜଣାଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜଣେ ଯୁବକ ପାଣ୍ଡିଆନ ଉପରକୁ ଟମାଟୋ ମାଡ଼ କରିଥିଲେ । ଅପରାହ୍ଣ ୧୨ଟା ସମୟରେ ପାଣ୍ଡିଆନ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ବେଲଗୁଣ୍ଠାରେ ଓହ୍ଲାଇଥିଲେ। ସେଠାରୁ କାର୍ୟ୍ୟକ୍ରମ ସ୍ଥଳକୁ ଯିବା ବେଳେ ହଠାତ୍ ଜଣେ ଯୁବକ ପଶି ଆସି ତାଙ୍କୁ ଟମାଟୋ ଫିଙ୍ଗିଥିଲେ। ତେବେ ସେଠାରେ ଥିବା ବିଜେଡି କର୍ମୀମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ସେଠାରେ ଉପସ୍ଥିତ ପୁଲିସ କମର୍ଚାରୀମାନେ ସମ୍ପୃକ୍ତ ଯୁବକଙ୍କୁ ବିଜେଡି କର୍ମୀଙ୍କ କବଳରୁ ଉଦ୍ଧାର କରିଛନ୍ତି । ଟମାଟୋ ମାଡ଼ ମାରିଥିବା ଯୁବକ ଜଣକ ବେଲଗୁଣ୍ଠା ଅଞ୍ଚଳର ବୋଲି ଜଣାଯାଇଛି । ତେବେ କ’ଣ ପାଇଁ ସେ ଏଭଳି କାଣ୍ଡ ଭିଆଇଲେ ସେ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ ।

Feb 22, 2024 - 15:03
 3
ପାଣ୍ଡିଆନଙ୍କୁ ଟମାଟୋ ମାଡ଼!