'ପିକକ' ର "ଇକୋ ଭେଂଜର କ୍ୟାମ୍ପ" ଆୟୋଜନ...

Feb 8, 2026 - 23:03
 12
'ପିକକ' ର "ଇକୋ ଭେଂଜର କ୍ୟାମ୍ପ" ଆୟୋଜନ...

'ପିକକ' ର "ଇକୋ ଭେଂଜର କ୍ୟାମ୍ପ" ଆୟୋଜନ...

ଯୁବପ୍ରତିନିଧୀମାନେ ପିଛୁଳାବେଡ଼ା ଗ୍ରାମକୁ ଭ୍ରମଣ କରି ସେଠାରେ ଜଳ, ମାଟି ଓ ପରିବେଶର ସଂରକ୍ଷଣ ପାଇଁ ଏକ ଝରଣା ଉପରେ ପଥରବନ୍ଧ ନିର୍ମାଣ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। 

ଏଥିସହ ଜଙ୍ଗଲୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ପକ୍ଷୀବସା ତିଆରି କରିଥିଲେ। “ଏହା ଆମ ପାଇଁ ଏକ ଅତ୍ୟନ୍ତ ମୂଲ୍ୟବାନ ଅବସର ଥିଲା। 

ଜଳ ଓ ମାଟି ସଂରକ୍ଷଣ ପାଇଁ ପଥର ବନ୍ଧ ନିର୍ମାଣ, ପକ୍ଷୀ ବସା ତିଆରି, ଏବଂ ଜଙ୍ଗଲ ଭ୍ରମଣ ମାଧ୍ୟମରେ ଗଛ ଚିହ୍ନଟ ଓ ଜଙ୍ଗଲ ପରିବେଶତନ୍ତ୍ରକୁ ବୁଝିବା ଭଳି କାର୍ଯ୍ୟକଳାପ ଦ୍ୱାରା ପରିବେଶ ସମ୍ପର୍କିତ ଆମର ଜ୍ଞାନର ସ୍ତର ଅଧିକ ସୁଦୃଢ଼ ହୋଇଛି। 

ଏହା ସହିତ ଭିନ୍ନ ଭିନ୍ନ ଜିଲ୍ଲାର ଯୁବ ପ୍ରତିନିଧି ମାନଙ୍କ ସହିତ ଜ୍ଞାନ ଓ ଅନୁଭବ ବିନିମୟ କରିବାର ସୁଯୋଗ ମଧ୍ୟ ଆମେ ପାଇଛୁ,” ବୋଲି କେନ୍ଦ୍ରାପଡ଼ାର ପବିତ୍ର ସାହୁ, ଜାଜପୁରର ଅନିତା ମହାନ୍ତ, ଖୋର୍ଦ୍ଧାର ମିକି ମଲ୍ଲିକ୍‌, କେଉଁଝରର ଶମ୍ଭୁ ମୁଣ୍ଡା, ବାଲେଶ୍ୱରର ମଧୁସୁଦନ ଗିରି ଏବଂ କଟକର ତପସ୍ୱିନୀ ସାହୁ କହିଥିଲେ।

କ୍ୟାମ୍ପରେ ଜଙ୍ଗଲ ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ମାଧ୍ୟମରେ ଯୁବପ୍ରତିନିଧିମାନେ ବିଭିନ୍ନ ପ୍ରଜାତିର ଗଛଲତା ଓ ପଶୁପକ୍ଷୀକୁ ଚିହ୍ନଟ କରିବା ସହିତ ଔଷଧୀୟ ଉଦ୍ଭିଦ ଓ ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। 

ଏହା ସହିତ ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ପର୍ବପରାଣ, ଖାଦ୍ୟ, ପାରମ୍ପରିକ ଔଷଧ ପ୍ରଣାଳୀ ଓ ଜୀବନଶୈଳୀ ସମ୍ପର୍କରେ ଜ୍ଞାନଲାଭ କରିଥିଲେ। ସାଂସ୍କୃତିକ କାର୍ଯ୍ୟକଳାପଗୁଡ଼ିକ ଯୁବମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ଐତିହ୍ୟକୁ ଆହୁରି ଭଲ ଭାବେ ବୁଝିବାରେ ସାହାଯ୍ୟ କରିଥିଲା। 

ପିକକ୍ ର ସତ୍ୟ ନାରାୟଣ ମହନ୍ତ, ପୂଜା ପଣ୍ଡା, ରଶ୍ମିରେଖା ସାହୁ, ଅନୀତା ବାରିକ୍‌, ଉପମା ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର, ବାମଦେବ ଜେନା, ଦ୍ରୌପଦୀ ବେଜ, ଶୁଭଲକ୍ଷ୍ମୀ ପଣ୍ଡା ଏବଂ ନାରାୟଣ ଦାସ ଏହି କ୍ୟାମ୍ପର ପରିଚାଳନା କରିଥିଲେ ।