ପୁଣି ଏତେ ବଢିପାରେ ମୋବାଇଲ ରିଚାର୍ଜ ମୂଲ୍ୟ .

ପୁଣି ଏତେ ବଢିପାରେ ମୋବାଇଲ ରିଚାର୍ଜ ମୂଲ୍ୟ .

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର, ପୁଣି ଏତେ ବଢିପାରେ ମୋବାଇଲ ରିଚାର୍ଜ ମୂଲ୍ୟ
ଏହି ବର୍ଦ୍ଧିତ ମୂଲ୍ୟ ଖୁବଶୀଘ୍ର ଲାଗୁ ହୋଇପାରେ ବୋଲି ଜଣାପଡିଛି । ବର୍ଷ ଶେଷ ସୁଦ୍ଧା ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇପାରେ । ତେବେ ଆଗାମୀ ଦିନରେ ରିଚାର୍ଜ ଦରରେ ଯେଉଁ ବୃଦ୍ଧି ଘଟିବ ତାହା ମଧ୍ୟମ ଓ ପ୍ରିମିୟମ ପ୍ଲାନରେ ବଢିବ । ଅର୍ଥାତ ଟେଲିକମ୍ କମ୍ପାନିଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନକୁ ୫ଜି ଅନୁସାରେ ପ୍ରସ୍ତୁତ କରିବାକୁ ଚାହୁଛନ୍ତି ।
ଆଜିର ସମୟରେ ସାରା ବିଶ୍ୱରେ ମୋବାଇଲ ଏକ ଅତ୍ୟାବଶକୀୟ ସାମଗ୍ରୀ ହୋଇସାରିଛି । ଖାଦ୍ୟ, ବସ୍ତ୍ର ବାସଗୃହ ଓ ଔଷଧ ଭଳି ସ୍ମାର୍ଟ ଫୋନ ଏବେ ବିଶ୍ୱର ଅଧାରୁ ଅଧିକ ମଣିଷଙ୍କ ପାଇଁ ନିହାତି ଜରୁରୀ ହୋଇପଡିଛି । ହେଲେ ଏହି ଫୋନର ରିଚାର୍ଜ ପ୍ରଥମରୁ ମାସିକ ୯୯ ଟଙ୍କା ଥିବା ବେଳେ ଇଣ୍ଟରନେଟ୍ ପ୍ରୋଭାଇଡର କମ୍ପାନିମାନେ ଦିନକୁ ଦିନ ରିଚାର୍ଜ ମୂଲ୍ୟକୁ ଅହେତୁକ ଭାବେ ବୃଦ୍ଧି କରିବାରେ ଲାଗିଛନ୍ତି । ଭାରତୀୟ ଟେଲିକମ୍ ମନ୍ତ୍ରଣାଳୟ ଚୁପ୍ ବସିଥିବା ବେଳେ ଇଣ୍ଟରନେଟ୍ ପ୍ରୋଭାଇଡର କମ୍ପାନିମାନଙ୍କ ମନମାନି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଜୁଲାଇ ମାସରେ  ମାସିକ ରିଚାର୍ଜ ଉପରେ ବିଭିନ୍ନ ଇଣ୍ଟରନେଟ୍ ପ୍ରୋଭାଇଡର କମ୍ପାନି ୧୧  ରୁ ୨୩ ପ୍ରତିଶତ  ଟଙ୍କା ବୃଦ୍ଧି କରିଥିବା ବେଳେ ଏବେ ପୁଣି ୧୨ ପ୍ରତିଶତ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଏବଂ ଏହି ବର୍ଦ୍ଧିତ ମୂଲ୍ୟ ଖୁବଶୀଘ୍ର ଲାଗୁ ହୋଇପାରେ ବୋଲି ଜଣାପଡିଛି । ବର୍ଷ ଶେଷ ସୁଦ୍ଧା ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇପାରେ । ତେବେ ଆଗାମୀ ଦିନରେ ରିଚାର୍ଜ ଦରରେ ଯେଉଁ ବୃଦ୍ଧି ଘଟିବ ତାହା ମଧ୍ୟମ ଓ ପ୍ରିମିୟମ ପ୍ଲାନରେ ବଢିବ । ଅର୍ଥାତ ଟେଲିକମ୍ କମ୍ପାନିଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନକୁ ୫ଜି ଅନୁସାରେ ପ୍ରସ୍ତୁତ କରିବାକୁ ଚାହୁଛନ୍ତି ।