ପୁଣି ମନ୍ଦିରରୁ ଚୋରି

ବୌଦ୍ଧ: ପୁଣି ମନ୍ଦିରରୁ ଚୋରି । ଥରେ କି ଦୁଇଥର ନୁହେଁ ବାରମ୍ଵାର ମନ୍ଦିରରୁ ହେଉଛି ଚୋରି । ଚୋରିର ସୀମା ଟପିଲାଣି କିନ୍ତୁ ଭୟ କରୁନାହାନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ, ଗତକାଲି ବୌଦ୍ଧ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଭୈରବୀ ମନ୍ଦିରର ହୁଣ୍ଡିରୁ ଚୋରି କରିଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ମନ୍ଦିରକୁ ପୂଜା କରିବା ପାଇଁ ପୂଜକ ଯାଇଥିଲେ ପରେ ସେ ଦେଖିବାକୁ ପାଇଥିଲେ ଯେ , ମନ୍ଦିରର ତାଲା ଭଙ୍ଗା ହୋଇ ମନ୍ଦିରର ହୁଣ୍ଡି ଚୋରି ହୋଇଯାଇଛି । ତୁରନ୍ତ ପୋଲିସ୍କୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ପୁଣି ମନ୍ଦିରରୁ ଚୋରି