ପୁଲେଲା ଗୋପୀଚାନ୍ଦଙ୍କ * ଉପସ୍ଥିତିରେ ପ୍ରସ୍ତୁତି ସଂପର୍କରେ ଆଲୋଚନା
ପୁଲେଲା ଗୋପୀଚାନ୍ଦଙ୍କ * ଉପସ୍ଥିତିରେ ପ୍ରସ୍ତୁତି ସଂପର୍କରେ ଆଲୋଚନା
ଭୁବନେଶ୍ବର ତା-୨୦.୦୨.୨୦୨୬
ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମସ୍ଥିତ ମସ୍ଥିତ “ଡାଲମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଡନ ହାଇ ପରଫର୍ମାନ୍ସ ସେଣ୍ଟର” ଠାରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି କେନ୍ଦ୍ରକୁ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ କରି ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କୁ ଉଚ୍ଚମା ମାନର ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖୁଛନ୍ତି । ଏଥିପାଇଁ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ(ପିଜିବିଏଫ)ର ପ୍ରସ୍ତାବକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିସାରିଛନ୍ତି । ଏହି ଏକାଡେମୀ କାର୍ଯ୍ୟକାରୀ ହେବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଡାମଲିଆ ସିମେଣ୍ଟ(ଭାରତ) ଏବଂ ପୁଲେଲା । ଗୋପୀଚାନ୍ଦ ବ୍ୟାଡମିଣ୍ଡନ ଫାଉଣ୍ଡେସନର ମିଳିତ ପ୍ରୟାସ ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଗତକାଲି ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ଯକ୍ଷତାରେ ଲୋକସେବ ସେବା ଭବନରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ସିଂ ପୁନିଆ, କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡଃ. ୟେଦୁଲା ବିଜୟ, ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ପୁଲେଲା ଗୋପୀଚାନ୍ଦ ଏବଂ ଡାଲମିଆ ସିମେଣ୍ଟ (ଭାରତ)ର କର୍ତ୍ତୃପକ୍ଷମାନେ ଯୋଗଦେଇ ଇ ଆଲୋଚନା କରିଥିଲେ ।
ଅନୁଷ୍ଠିତ ବୈଠକରେ ଆରମ୍ଭ ହେବାକୁ ଥିବା ରାଜ୍ୟ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଏକାଡେମୀର ବାର୍ଷିକ କାର୍ଯ୍ୟ ପରିଚାଳନା, ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ଖର୍ଚ୍ଚ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥୁନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥକ ସହାୟତା ପ୍ରଦାନ କରାଯିବ ଏବଂ ଡାଲମିଆ ସିମେଣ୍ଟ(ଭାରତ) ମଧ୍ୟ ଆର୍ଥକ ସହଯୋଗ କରିବ । ଏକାଡେମୀରେ ପ୍ରଶିକ୍ଷଣ ଆରମ୍ଭକରାଯିବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟାର ସମାଧାନ ଓ ପ୍ରସ୍ତୁତି କରି ଏହି ଏକାଡେମୀକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟ ଶାସନ ସଚି ସଚିବ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ରାଜ୍ୟର କ୍ରୀଡ଼ା ଡ଼ା ପ୍ରତି ପ୍ରତିବଦ୍ଧତା ରହିଛି । କଳିଙ୍ଗ । କଳିଙ୍ଗ ଷ୍ଟାଡିୟମରେ ଅନ୍ୟ କ୍ରୀଡ଼ା ସହିତ ବ୍ୟାଡମିଣ୍ଟନ ପ୍ରଶିକ୍ଷଣକୁ ଗୁରୁତ୍ବ ଦିଆଯାଉଥିବା ସେ ସେ ପ୍ରକାଶ କରିଥିଲେ । କଳିଙ୍ଗ ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଡନ ଏକାଡେମୀ କାର୍ଯ୍ୟକାରୀ ହେବା, ଏହା ରାଜ୍ୟର ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଚିହ୍ନଟ ସହ ସେମାନଙ୍କ ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ । ସୁନାମଧନ୍ୟ ବ୍ୟାଡମିଣ୍ଡନ କୋଚ୍ ଶ୍ରୀ ପୁଲେଲା ଗୋପୀଚାନ୍ଦ ଏବଂ ଅଭିଜ୍ଞ ଅନ୍ୟ ବ୍ୟାଡମିଣ୍ଟନ କୋଚମାନଙ୍କ ଦ୍ବାରା ଏଠାରେ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯାଇ ଓଡ଼ିଶାରୁ ଆନୁର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ସୃଷ୍ଟି କରିବା,
ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରଖୁଥିବା ସେ ପ୍ରକାଶ କରିଛନ୍ତି ।
ପ୍ରସିଦ୍ଧ କୋଚ୍ ଶ୍ରୀ ଗୋପୀଚାନ୍ଦ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ ଆରମ୍ଭ ନେଇ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ହାଇ ପରଫରମାନ୍ସ୍ ସେଣ୍ଟରକୁ ସମ୍ପୂର୍ଣ୍ଣ କାର୍ଯ୍ୟକାର ।ରୀ କରିବା ପାଇଁ ଆଗାମୀ ଅପ୍ରେଲ ୧ ରୁ ଏକାଡେମୀ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ ସେ ଆଶାବାଦୀ ରହିଛନ୍ତି ବୋଲି ପ୍ରକାଶ କରିଥିଲେ ଲେ । ଓଡ଼ିଶାର ପ୍ରତିଭାମାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେଇ ଓଡ଼ିଶାକୁ ଆନୁର୍ଜାତୀୟ ବ୍ୟାଡମିଣ୍ଟନ ମାନଚିତ୍ରରେ ନୂଆ ପରିଚୟ ଦେବାରେ ସେ ପୂର୍ଣ୍ଣ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ ।
ସୂଚନା ଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମ ଠାରେ ଗତ ୨୦୨୪ ଡିସେମ୍ବର ୧୨ ତାରିଖରେ ଏହି ହାଇ ପରଫରମାନ୍ସ ପଚ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଏହି କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନୁ ବିଶ୍ବାଶର୍ମା ଓ ପ୍ରସିଦ୍ଧ ବ୍ୟାଡମି ଡମିଣ୍ଟନ କୋଚ୍ ଶ୍ରୀ ପୁଲେଲା ଗୋପୀଚାନ୍ଦ ଉପସ୍ଥିତ ଥିଲେ । ଏକ ବୃହତାକାର “ଶଟଲକକ୍" ଆକୃତିର ଅତ୍ୟାଧୁନିକ ଶୈଳୀରେ ଏଠାରେ ଏଠ ଏକାଧୂକ ବ୍ୟାଡମିଣ୍ଟନ କୋର୍ଟ, ଦର୍ଶକଙ୍କ ବସିବା ସୁବିଧା, ଆମ୍ପିଏଟର ସହ ଖେଳାଳିଙ୍କ ପାଇଁ ଆବାସିକ ସୁବିଧା ରହିଛି । ଓଡ଼ିଶା ସରକାର, ପୁଲେଲା ଗୋପିଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଓ ଡାଲମିଆ (ଭାରତ) ଗ୍ରୁପ୍ର ସହଯୋଗରେ ଏହା ନିର୍ମିତ ହୋଇଛି ।