ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ସ୍ମୃତି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଦେଲେ ସ୍ବାମୀ ବ୍ରହ୍ମାନନ୍ଦ
ଭୁବନେଶ୍ୱର, ୨୨.୪ : ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭଙ୍କ ଉପରେ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୩ଟି ପର୍ଯ୍ୟାୟରେ ବକ୍ତୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହେଲ୍ସମେଟର ସାଧାରଣ ସମ୍ପାଦିକା, ସମାଜସେବୀ ଶ୍ରୀମତୀ ନିବେଦିତା ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନରେ ଚେତନା ପାଢୀ, ସାଇଦିଶା ମହାନ୍ତି, ଦିବ୍ୟରଞ୍ଜନ ସାହୁ, ମାରିଆ ସାହା, ସାନ୍ଭି ନାୟକ, ସ୍ଵୟଂଶ୍ରୀ ସେନାପତି, ସ୍ମୃତି ସୁବୁଦ୍ଧି, ଜୀଶାନ୍ତ ଶାନ୍ତ ପଟ୍ଟନାୟକ, ସାଇ ପ୍ରଜୀତ ରାୟ, ଅଳକ୍ରିତା ପଟ୍ଟନାୟକ, ଶୁଭଶ୍ରୀ ଦାସ, ଶୁଭଶ୍ରୀ ମହାନ୍ତି, ପ୍ରୀତିଶ ପଟ୍ଟନାୟକ କୃତିତ୍ଵର ସହ ଟ୍ରଫି ହାସଲ କରିଥିଳେ ହାସଲ କରିଥିଲେ । ସେହିପରି କୁଇଜ୍ରେ ଅଦ୍ରିତ ସାମନ୍ତରାୟ, ଅଳକ୍ରିତା ପଟ୍ଟନାୟକ, ଲାସ୍ୟା, ଆକୃତି । ଆକାଂକ୍ଷା ପାତ୍ର ଟ୍ରଫି ହାସଲ କରିଥିଲେ । ବକ୍ତୃତାରେ ଦୀପଶିଖା ଦାସ, ଶିଭାଲୀ ପଟ୍ଟନାୟକ, ଆରୁଷ ଦାସ, ଅଦ୍ଵୈତ ฐิตเ01, ଆଦର୍ଶ ବୈଭବ ବ ସ୍ଵାଇଁ, ଶ୍ଵେତାଲିନ ସୁନ୍ଦରାୟ, ଲାସ୍ୟା, ଅର୍ପିତା ମଲ୍ଲିକ, ଆଜେଲ ଦେ, କେ. ତରୁଣମ ଟ୍ରଫି ହାସଲ କରିଥିଲେ ।
ପୂଜ୍ୟ ପରମହସଂ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ କୃତି ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରି କହିଲେ ଯେ ନୂତନ ପିଢି ଓଡ଼ିଶାର ମହାପୁରୁଷ ମାନଙ୍କୁ ମାନଙ୍କୁ ଭଲ ପାଉଥିବା ବେଳେ, ଜାନକୀ ବାବୁ ଦେଶଭକ୍ତି ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ସୁଦୃଢ କରିବାରେ ତାଙ୍କ ସଂକଳ୍ପ ବିଷୟରେ ରେ, ଖୁବ୍ କମ୍ ସମୟରେ ପିଲାମାନେ ଯେଉଁ ଆଗ୍ରହ ତଥା ଶ୍ରଦ୍ଧା ପ୍ରକଟ କରିଛନ୍ତି ପିଲାମାନେ ନିଶ୍ଚିତ ମହାପୁରୁଷ ମାନଙ୍କ * ଆଶୀର୍ବାଦ ପାଇବେ । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ହିନ୍ଦୁସ୍ତାନୀ ସେବା ଦଳର ଅଧ୍ୟକ୍ଷ ବଳରାମ ସିଂ ଭାଦୁରିଆ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପା ବିରୁପାକ୍ଷ ତ୍ରିପାଠୀ ପାଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗୋ, ଶିକ୍ଷ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଶିବା ଗିବାନନ୍ଦ ରାୟ ପ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଯୋଗୀନାଥ ବାହୁବଳେନ୍ଦ୍ର ଓ ରଜନୀ କ୍ୟୁ କୁମାର ମହାନ୍ତି ପ୍ରମୁଖ ପରିପ୍ପଳନା ଳନା କରିଥିଲେ ।